ବାଲେଶ୍ୱର ଅଫିସ, ୩।୧୧: ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ କଡ଼ା କଟକଣା ମଧ୍ୟରେ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ମତଦାନ ଜାରି ରହିଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ତାଙ୍କର ମତ ସାବ୍ୟସ୍ଥ କରିଛନ୍ତି । ସ୍ବରୂପ ୧୬୦ ନଂ. ବୁଥ୍ରେ ଭୋଟ ଦେଇଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ଗୋଟିଏ ଲେଖାଏ ହ୍ୟାଣ୍ଡ ଗ୍ଲୋବସ ପ୍ରଦାନ କରାଯାଉଛି। ମହାମାରୀ କୋଭିଡ୍କୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ କଡ଼ା କଟକଣା ମଧ୍ୟରେ ବାଲେଶ୍ୱରରେ ୨ ଲକ୍ଷ ୩୦ ହଜାର ୨୯୬ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ ବୋଲି ଜଣାପଡ଼ିଛି।