ରାଜ୍ୟସ୍ତରୀୟ ଖୋ-ଖୋ ଏବଂ ଟାଏକୋଣ୍ଡୋରେ ବାଲେଶ୍ୱର ଚାମ୍ପିୟନ

କେନ୍ଦୁଝର, ୧୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରର ମାଇନିଂ ରୋଡସ୍ଥିତ ନିର୍ମଳା କନଭେଣ୍ଟ ସ୍କୁଲ ପରିସରରେ ସିଆଇଏସ୍‌ସିଇ ତରଫରୁ ରାଜ୍ୟସ୍ତରୀୟ ଖୋ-ଖୋ ଏବଂ ଟାଏକୋଣ୍ଡୋ ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଛି। ୭ ଜୋନ୍‌ର ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିଥିଲେ। ୧୪ ବର୍ଷରୁ କମ୍‌,୧୭ ବର୍ଷରୁ କମ୍‌ ଏବଂ ୧୯ ବର୍ଷରୁ କମ୍‌ ଏହିପରି ୩ଟି ବର୍ଗରେ ଖୋ-ଖୋ ଖେଳରେ କେବଳ ଛାତ୍ରମାନେ ଅଂଶଗ୍ରହଣ କରିଥିଲେ। ୩ଟି ଯାକ ବୟସ ବର୍ଗରେ ବାଲେଶ୍ୱର ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଟାଏକୋଣ୍ଡୋ ପ୍ରତିଯୋଗିତାରେ ଉକ୍ତ ୩ଟି ବର୍ଗରେ ଉଭୟ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।

Share