ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ; ମଙ୍ଗଳବାର ହେବ ଭୋଟ ଗଣତି

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ମଙ୍ଗଳବାର ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ସୂଚନା ଦେଇଛନ୍ତି। ଆସନ୍ତାକାଲି ସକାଳ ୮ଟାରୁ ଏହି ଭୋଟ ଗଣତି ଆରମ୍ଭ ହେବ। ଗଣତି ପାଇଁ ୧୪ଟି ଟେବୁଲ ରହିବ। ପ୍ରଥମେ ପୋଷ୍ଟାଲ ବାଲାଟ ଏବଂ ପରେ ଇଭିଏମ୍‌ ଭୋଟ ଗଣତି ହେବ। ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩ଟି ଗଣତି କେନ୍ଦ୍ର ରହିଛି। ପ୍ରତି ରାଉଣ୍ଡ ଅନୁସାରେ ଫଳାଫଳ ସମ୍ପର୍କରେ ସୂଚନା ଦିଆଯିବ ବୋଲି ସେ କହିଛନ୍ତି। ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଜଗତସିଂହପୁର ଏସ୍‌ଭିଏମ କଲେଜରେ ଏହି ଭୋଟ୍‌ ଗଣତି ହେବ।

କୋଭିଡ୍‌ ନିୟମ ମାନି ଭୋଟ ଗଣତି ହେବ। ସାମାଜିକ ଦୂରତା, ମାସ୍କ, ଫେସ ସିଲ୍ଡ ଓ ପଲିଥିନ ସିଟ୍‌ ରହିବ। ଫଳାଫଳ ବାହାରିବା ପାଇଁ କ୍ୟାମେରା ଓ ଟିଭି ରଖାଯାଇଛି। ଶେଷରେ ଭିଭିପାଟ୍‌ ଗଣତି ହେବ। ନିର୍ବାଚନ କମିଶନ ଓ୍ବେବ୍‌ସାଇଟରେ ଫଳାଫଳ ପ୍ରତି ରାଉଣ୍ଡରେ ସୂଚନା ଦିଆଯିବ।

Share