Categories: ବାଣିଜ୍ୟ

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ ନିକଟରେ ଆଉ ଏକ ଜାତୀୟ ସ୍ବୀକୃତି ସହ ପ୍ରମାଣପତ୍ର ଦିଆଯାଇଛି। ବିଶେଷକରି ବାଲ୍‌କୋ ବିଭିନ୍ନ ପ୍ରକାର ପ୍ରାଥମିକ ଉତ୍ପାଦନ ଏବଂ ଯୋଗାଣ ପାଇଁ ଆଲୁମିନିୟମ ଷ୍ଟିୱାର୍ଡଶିପ୍‌ ଇନିସିଏଟିଭ୍‌ (ଏଏସ୍‌ଆଇ) ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର ହାସଲ କରିଛି। ଏପରିକି ଛତିଶଗଡ଼ର କୋର୍ବାଠାରେ ଅବସ୍ଥିତ ବାଲ୍‌କୋ ସୁବିଧା କେନ୍ଦ୍ର ଜରିଆରେ କମ୍ପାନୀ ଆଲୁମିନିୟମ ଉତ୍ପାଦ ଯୋଗାଣ କରିଥାଏ। ଏଥିରେ ତରଳ ଆଲୁମିନିୟମ ଉତ୍ପାଦନ ପାଇଁ ଦୁଇଟି ପାତ୍ର ସହ ଏକ ସ୍ମେଲଟର, ଆଲୁମିନିୟମ ଗଠନ ପାଇଁ ତିନୋଟି କାଷ୍ଟ ହାଉସ୍‌, ଏକ ଉତ୍ପାଦ କାରଖାନା ଏବଂ ଏକ ବିଦ୍ୟୁତ୍‌ ଉତ୍ପାଦନ କାରଖାନା ଅନ୍ତର୍ଭୁକ୍ତ ରହିଛି।

ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟର ସିଇଓ ଜନ୍‌ ସ୍ଲାଭେନ୍‌ କହିଛନ୍ତି, ଏଏସ୍‌ଆଇ ସଦସ୍ୟତା ମଧ୍ୟରେ ବାଲ୍‌କୋର ଅନ୍ତର୍ଭୁକ୍ତିକୁ ଏବଂ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ରକୁ ଆମେ ସ୍ବାଗତ କରୁଛୁ, ଯେଉଁଥିରେ ଆମର ନିମ୍ନ ଅଙ୍ଗାରକାମ୍ଳ ‘ସବୁଜ’ ଆଲୁମିନିୟମ ରେଷ୍ଟୋରା ଏବଂ ରେଷ୍ଟୋରା ଅଲ୍‌ଟ୍ରା ବ୍ରାଣ୍ଡ୍‌ର ଉତ୍ପାଦନ ଅନ୍ତର୍ଭୁକ୍ତ ରହିଛି। ଭାରତର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ଭାବେ ବାଲ୍‌କୋ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳାର ପ୍ରତ୍ୟେକ ପଦକ୍ଷେପରେ ନିରନ୍ତର ପ୍ରକ୍ରିୟାକୁ ଆଗେଇ ନେଇଛି ଏବଂ ବିଶ୍ୱ ଶିଳ୍ପ ମଧ୍ୟରେ ଏକ ମାନଦଣ୍ଡ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ସେହିଭଳି ଏଏସ୍‌ଆଇର ସିଇଓ ଡ. ଫିଓନା ସୋଲୋମନ କହିଛନ୍ତି, ଛତିଶଗଡ଼ଠାରେ ଥିବା ବେଦାନ୍ତ ବାଲ୍‌କୋ ଏକୀକୃତ ଆଲୁମିନିୟମ ଉତ୍ପାଦନ ସୁବିଧା ପାଇଁ ପ୍ରଦର୍ଶନ ଷ୍ଟାଣ୍ଡାର୍ଡ ସାର୍ଟିଫିକେସନ୍‌ ଭି୩ (୨୦୨୨) ହାସଲ କରିଥିବାରୁ ଆମେ ବାଲ୍‌କୋକୁ ଅଭିନନ୍ଦନ ଜଣାଉଛୁ। ଭାରତରେ ଏକ ବୃହତ୍‌ ଆଲୁମିନିୟମ ଉତ୍ପାଦକ ଏବଂ ବେଦାନ୍ତ ଲିମିଟେଡ୍‌-ଆଲୁମିନିୟମ ବ୍ୟବସାୟର ଏକ ଅଂଶ ଭାବେ ବାଲ୍‌କୋ ବିଶ୍ୱ ଆଲୁମିନିୟମ ଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ସାର୍ଟିଫିକେଶନ ବାଲ୍‌କୋ ସ୍ଥିରତା ଯାତ୍ରାରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟକୁ ଚିହ୍ନିତ କରିଥାଏ ଏବଂ ପରିବେଶ, ସାମାଜିକ ଏବଂ ଶାସନ ମାନଦଣ୍ଡର ଏକ ବ୍ୟାପକ ସୀମା ପୂରଣ କରୁଥିବା ଅଭ୍ୟାସ ଗ୍ରହଣ କରିବାକୁ ପ୍ରତିବଦ୍ଧତା ପ୍ରଦର୍ଶନ କରିଥାଏ।

Share