Categories: ବାଣିଜ୍ୟ

ବାଲ୍‌କୋ ମେଡିକାଲ ସେଣ୍ଟରର ୫ମ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର,୨୮।୩: ବାଲ୍‌କୋ ମେଡିକାଲ୍‌ ସେଣ୍ଟର (ବିଏମ୍‌ସି)ର ୫ମ ପୂର୍ତ୍ତି ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଏମ୍‌ସିରେ ଏକ ଅତ୍ୟାଧୁନିକ ହାଲିକେୟନ୍‌ ରେଡିଓଥେରାପି ମେଶିନର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ବିଏମ୍‌ସିର ଅଧ୍ୟକ୍ଷା ଜ୍ୟୋତି ଅଗ୍ରୱାଲ୍‌ କହିଛନ୍ତି, ବିଗତ ୫ବର୍ଷ ମଧ୍ୟରେ ଉକ୍ତ ହସ୍ପିଟାଲକୁ ଆସିଥିବା ଶହ ଶହ କ୍ୟାନସର ରୋଗୀଙ୍କୁ ଆମେ ଶ୍ରେଷ୍ଠ ଚିକିତ୍ସା ଓ ଆବଶ୍ୟକ ସୁବିଧା ଯୋଗାଇ ଦେଇଛୁ। ଏପରିକି ଉଭୟ ସରକାରୀ ଓ ଘରୋଇ ଭାବେ ମଧ୍ୟ ରୋଗୀ ସେବା ପ୍ରଦାନ କରିବାକୁ ଉଦ୍ୟମ କରିଛୁ ବୋଲି ସେ କହିଛନ୍ତି। ସେହିଭଳି ପ୍ରତିଷ୍ଠା ଦିବସ ଅବସରରେ ଏକ ଅତ୍ୟାଧୁନିକ ଲିନିୟର ଆସେଲରେଟର ଟେକ୍ନୋଲୋଜିର ଶୁଭାରମ୍ଭ କରାଯାଇଛି। ଏପରିକି କେନ୍ଦ୍ରୀୟ ଭାରତର ଏକମାତ୍ର ମେଡିକାଲ୍‌ ଭାବେ ବାଲ୍‌କୋ ମେଡିକାଲ୍‌ ସେଣ୍ଟରରେ ଏଭଳି ଏକ ଅତ୍ୟାଧୁନିକ ମେଶିନ ସ୍ଥାପନ କରାଯାଇଛି। ବିଏମସି ଏମଡି ଡା. ଭାବନା ସିରୋହି, ଡା. ଗୌରବ ଗୁପ୍ତାଙ୍କ ସମେତ ବିଏମସିର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ୨୦୧୮ରେ ବେଦାନ୍ତ ଗ୍ରୁପର ଚେୟାରମ୍ୟାନ ଅନିଲ ଅଗ୍ରୱାଲ୍‌ ଉକ୍ତ ହସ୍ପିଟାଲକୁ ରୋଗୀ ସେବା ସହ ସାଧାରଣ ଲୋକଙ୍କ ପାଇଁ ଉତ୍ସର୍ଗ କରିଥିଲେ।

Share