ବାଲେଶ୍ୱର ବାର ଆସୋସିଏଶନ ନିର୍ବାଚନ କେଶବ ସଭାପତି, ସମ୍ବିତ ପୁଣି ସମ୍ପାଦକ

ବାଲେଶ୍ୱର,୩୦।୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ।  ଶନିବାର ରାତି ୧୨ ଟାରେ ଫଳାଫଳ ପ୍ରକାଶ ପାଇଛି ।  ସଭାପତି ଭାବେ କେଶବ କୁମାର ଆଚାର୍ଯ୍ୟ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମନୋଜ କୁମାର ନାୟକଙ୍କୁ ୮୯ ଖଣ୍ଡ ଭୋଟରେ ହରାଇ ନିର୍ବାଚିତ ହୋଇଛନ୍ତି।  କେଶବ ୬୨୯ ଭୋଟ ପାଇଥିବା ବେଳେ ମନୋଜଙ୍କୁ ମିଳିଥିଲା ୫୪୦ ଭୋଟ । ସେହିପରି ସମ୍ପାଦକ ଭାବେ ପୁଣି ସମ୍ବିତ କୁମାର ନନ୍ଦୀ ବିଜୟ ଲାଭ କରିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଦୀପକ କୁମାର ଦାଶଙ୍କୁ ମାତ୍ର ୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସମ୍ବିତ ୫୯୨ ଭୋଟ ପାଇଥିବା ବେଳେ ଦୀପକଙ୍କୁ ମିଳିଥିଲା ୫୮୫ ଭୋଟ। ଉପ-ସଭାପତି ପଦବୀରେ ଏଥର ମଧ୍ୟ ରଣଜିତ୍‌ ପଣ୍ଡା ବିଜୟୀ ହୋଇଛନ୍ତି। ସହ-ସମ୍ପାଦକ ଭାବେ ସୌରୀ ଶଙ୍କର ପରି ଓ ପିନାକୀ ଧୀର, କୋଷାଧ୍ୟକ୍ଷ  ନିଶାନ୍ତ ପଟ୍ଟନାୟକ, ସହ-କୋଷାଧ୍ୟକ୍ଷ  ବରେନ୍ଦ୍ର ସେଠୀ ନିର୍ବାଚିତ ହୋଇଛନ୍ତି । ସେହିପରି ୧୨ଜଣ ଏକ୍‌ଜିକ୍ୟୁଟିଭ ମେମ୍ବର ଭାବେ ଜ୍ଞାନରଞ୍ଜନ ପାଣି, ସଞ୍ଜୟ କୁମାର ଚୌଧୁରୀ, କିଶୋର ବଲ୍ଲଭ ଦାସ, ଧୀରେନ୍ଦ୍ର କୁମାର ମିଶ୍ର, ପ୍ରଭାତ କୁମାର ଦାସ, ବାସନ୍ତୀ ସାହୁ, ଦେବାଶିଷ ପାତ୍ର, ରାମକୃଷ୍ଣ ଜେନା, ହେମଲତା ମହାପାତ୍ର, ପ୍ରଭାତ କୁମାର ଖଣ୍ଡେଲୱାଲ, ଅକ୍ଷୟ କୁମାର ପାତ୍ର ଓ ମହେଶ ନାରାୟଣ ପ୍ରହରାଜ ନିର୍ବାୁିତ  ହୋଇଛନ୍ତି l ବିଳମ୍ବିତ ରାତିରେ ଫଳାଫଳ ଘୋଷଣା ପରେ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଆଇନଜୀବୀମାନେ ଶୁଭେଚ୍ଛା ଜ୍ଞାପନ କରିବା ସହ ବିଜୟ ଉତ୍ସବ ପାଳନ କରିଥିଲେ। ଏହି ନିର୍ବାଚନରେ  ୧୯ ପଦବୀ ପାଇଁ ୩୬  ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ । ମୋଟ ୧୩୯୯ ଭୋଟରଙ୍କ ମଧ୍ୟରୁ ୧୨୨୦ ମତଦାନ କରିଥିଲେ । ଯାହାକି ୮୭% ମତଦାନ ହୋଇଥିଲ।
ଶନିବାର ପୂର୍ବାହ୍ନ ୭ଟା ୩୦ରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହୋଇଥିଲା । ଅପରାହ୍ନ ୫ଟାରୁ ଭୋଟ ଗଣତି ଆରମ୍ଭ ହୋଇ ରାତିରେ ଫଳାଫଳ ପ୍ରକାଶିତ ହୋଇଥିଲା ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ କାର୍ତ୍ତିକ ପ୍ରସାଦ ସିଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ପରିଚାଳିତ ହୋଇଥିଲା । ନିର୍ବାଚନ ଅଧିକାରୀଙ୍କ ସମେତ ୧୮ଜଣ ସହ ନିର୍ବାଚନ  ଅଧିକାରୀ ନିର୍ବାଚନ  ପରିଚାଳନାରେ ସହଯୋଗ କରିଥିଲେ ।

Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛଳନା ଜାଲରେ ଫସିଗଲା ପାକିସ୍ତାନ: ଜୟଶଙ୍କର

ନୂଆଦିଲ୍ଲୀ,୧୬।୪: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଘେରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି, ପାକିସ୍ତାନ ନିଜ ଛଳନା ଜାଲରେ ଫସି ଯାଇଛି। ପାକିସ୍ତାନ ତାଲିବାନ...

ଗୋଆରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ରାଇଆ(ଗୋଆ)/ ଜୁନାଗଡ଼(ଉତ୍ତମ ଦାସ),୧୬।୪: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଗୌଡ଼ଛେଣ୍ଡିଆ ଗ୍ରାମର ଖଗେଶ୍ୱର ଶବର(୩୮) ଦିନ ମଜୁରିଆ କାମ କରିବାକୁ ଗୋଆ ଯାଇଥିଲେ। ସେଠାରେ ଏକ...

ପୂର୍ବତନ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା/କାଏମା,୧୬।୪(ବଟକୃଷ୍ଣ ପରିଡ଼ା/ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ଘଟଣାରେ ପୋଲିସ ମଙ୍ଗଳବାର ୪ ଜଣଙ୍କୁ ଗିରଫ କରିଛି।...

ନାମାଙ୍କନ ଭରିବେ ନବୀନ: ପୁଣି ହେବେ ସଭାପତି

ଭୁବନେଶ୍ୱର,୧୬।୪: କାଲି ନାମାଙ୍କନ ଭରିବେ ନବୀନ। ବିଜେଡି ସଭାପତି ପଦ ପାଇଁ ପୁଣି ନାମାଙ୍କନ ଭରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯ ତାରିଖରେ...

ଗର୍ଲଫ୍ରେଣ୍ଡଙ୍କ ସହ ବାଗେଶ୍ୱର ବାବାଙ୍କ ଶରଣ ପଶିଲେ ଶିଖର ଧାଓ୍ବନ

ମୁମ୍ବାଇ,୧୬।୪: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ବର୍ତ୍ତମାନ ତାଙ୍କ ନୂତନ ପ୍ରେମିକାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଧାୱନ ସୋଫି ସାଇନଙ୍କୁ ଡେଟ କରୁଛନ୍ତି। ଉଭୟଙ୍କୁ...

ଭୁବନେଶ୍ବରରେ ଅଖିଳେଶ ଯାଦବ: ବଢ଼ୁଛି ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର,୧୬।୪: ଭୁବନେଶ୍ବରରେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପହଞ୍ଚିଛନ୍ତି। ତାଙ୍କ ସହ ସ୍ତ୍ରୀ ଏମ୍‌ପି ଡିମ୍ପଲ ଯାଦବ ମଧ୍ୟ ଅଛନ୍ତି। ପୁରୀ ଯାଇ ମହାପ୍ରଭୁଙ୍କୁ...

ଭଉଣୀଙ୍କୁ ଛାଡ଼ି ଫେରୁଥିଲେ, ଅଧାବାଟରେ ଗଲା ଭାଇ ଜୀବନ

ମୋହନା,୧୬।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଛତାଭରି ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌ ସହ ବାଇକ୍‌ ମୁହଁାମୁହିଁ ଧକ୍କା ହେବାଫଳରେ ଜଣଙ୍କ...

ପୋଲିସ ଏନକାଉଣ୍ଟରରେ ଗଡ଼ିଲା ଦୁଇ ଟପ୍‌ କ୍ୟାଡର ମାଓବାଦୀଙ୍କ ମୁଣ୍ଡ : ୧୩ ଲକ୍ଷର ଥିଲା

ମାଲକାନଗିରି,୧୬।୪(ଦୁର୍ଯ୍ୟୋଧନ ପାତ୍ର): ପୁଣି ପୋଲିସ ଏନକାଉଣ୍ଟରରେ ଦୁଇ ଟପ୍‌ କ୍ୟାଡର ମାଓବାଦୀଙ୍କ ମୁଣ୍ଡ ଗଡ଼ିଛି। ଛତିଶଗଡ଼ର କୋଣ୍ଡାଗାଓଁ ଜିଲାର କିଲମ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image