ବାଲେଶ୍ୱର,୩୦।୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଶନିବାର ରାତି ୧୨ ଟାରେ ଫଳାଫଳ ପ୍ରକାଶ ପାଇଛି । ସଭାପତି ଭାବେ କେଶବ କୁମାର ଆଚାର୍ଯ୍ୟ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମନୋଜ କୁମାର ନାୟକଙ୍କୁ ୮୯ ଖଣ୍ଡ ଭୋଟରେ ହରାଇ ନିର୍ବାଚିତ ହୋଇଛନ୍ତି। କେଶବ ୬୨୯ ଭୋଟ ପାଇଥିବା ବେଳେ ମନୋଜଙ୍କୁ ମିଳିଥିଲା ୫୪୦ ଭୋଟ । ସେହିପରି ସମ୍ପାଦକ ଭାବେ ପୁଣି ସମ୍ବିତ କୁମାର ନନ୍ଦୀ ବିଜୟ ଲାଭ କରିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଦୀପକ କୁମାର ଦାଶଙ୍କୁ ମାତ୍ର ୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସମ୍ବିତ ୫୯୨ ଭୋଟ ପାଇଥିବା ବେଳେ ଦୀପକଙ୍କୁ ମିଳିଥିଲା ୫୮୫ ଭୋଟ। ଉପ-ସଭାପତି ପଦବୀରେ ଏଥର ମଧ୍ୟ ରଣଜିତ୍ ପଣ୍ଡା ବିଜୟୀ ହୋଇଛନ୍ତି। ସହ-ସମ୍ପାଦକ ଭାବେ ସୌରୀ ଶଙ୍କର ପରି ଓ ପିନାକୀ ଧୀର, କୋଷାଧ୍ୟକ୍ଷ ନିଶାନ୍ତ ପଟ୍ଟନାୟକ, ସହ-କୋଷାଧ୍ୟକ୍ଷ ବରେନ୍ଦ୍ର ସେଠୀ ନିର୍ବାଚିତ ହୋଇଛନ୍ତି । ସେହିପରି ୧୨ଜଣ ଏକ୍ଜିକ୍ୟୁଟିଭ ମେମ୍ବର ଭାବେ ଜ୍ଞାନରଞ୍ଜନ ପାଣି, ସଞ୍ଜୟ କୁମାର ଚୌଧୁରୀ, କିଶୋର ବଲ୍ଲଭ ଦାସ, ଧୀରେନ୍ଦ୍ର କୁମାର ମିଶ୍ର, ପ୍ରଭାତ କୁମାର ଦାସ, ବାସନ୍ତୀ ସାହୁ, ଦେବାଶିଷ ପାତ୍ର, ରାମକୃଷ୍ଣ ଜେନା, ହେମଲତା ମହାପାତ୍ର, ପ୍ରଭାତ କୁମାର ଖଣ୍ଡେଲୱାଲ, ଅକ୍ଷୟ କୁମାର ପାତ୍ର ଓ ମହେଶ ନାରାୟଣ ପ୍ରହରାଜ ନିର୍ବାୁିତ ହୋଇଛନ୍ତି l ବିଳମ୍ବିତ ରାତିରେ ଫଳାଫଳ ଘୋଷଣା ପରେ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଆଇନଜୀବୀମାନେ ଶୁଭେଚ୍ଛା ଜ୍ଞାପନ କରିବା ସହ ବିଜୟ ଉତ୍ସବ ପାଳନ କରିଥିଲେ। ଏହି ନିର୍ବାଚନରେ ୧୯ ପଦବୀ ପାଇଁ ୩୬ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ । ମୋଟ ୧୩୯୯ ଭୋଟରଙ୍କ ମଧ୍ୟରୁ ୧୨୨୦ ମତଦାନ କରିଥିଲେ । ଯାହାକି ୮୭% ମତଦାନ ହୋଇଥିଲ।
ଶନିବାର ପୂର୍ବାହ୍ନ ୭ଟା ୩୦ରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହୋଇଥିଲା । ଅପରାହ୍ନ ୫ଟାରୁ ଭୋଟ ଗଣତି ଆରମ୍ଭ ହୋଇ ରାତିରେ ଫଳାଫଳ ପ୍ରକାଶିତ ହୋଇଥିଲା ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ କାର୍ତ୍ତିକ ପ୍ରସାଦ ସିଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ପରିଚାଳିତ ହୋଇଥିଲା । ନିର୍ବାଚନ ଅଧିକାରୀଙ୍କ ସମେତ ୧୮ଜଣ ସହ ନିର୍ବାଚନ ଅଧିକାରୀ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ ।
