ବାଲେଶ୍ୱର ଅଫିସ ୨୧।୮: ରାଜ୍ୟରେ ବନ୍ୟା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି । ବାଲେଶ୍ୱର ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଏସଆର୍ସି କ୍ଷମତା ପ୍ରଦାନ କରିଛନ୍ତି। ଆଗକୁ ବାଲେଶ୍ବର ଜିଲାରେ ବଡ଼ ଧରଣର ବନ୍ୟା ହେବା ନେଇ ଆଶଙ୍କା କରାଯାଉଛି । ସୁବର୍ଣ୍ଣରେଖା ନଦୀରେ ବଡ଼ ଧରଣର ବନ୍ୟା ଆସିବା ନେଇ ଏସଆର୍ସି ପ୍ରଦୀପ ଜେନା କହିଛନ୍ତି । ଆଉ ବନ୍ୟା ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲାପାଳଙ୍କୁ ଏସଆରସି କ୍ଷମତା ଦେଇଛନ୍ତି । ଏପରି ସମୟରେ ଅବଶ୍ୟକ ପଡ଼ିଲେ ଉଦ୍ଧାର ପାଇଁ ସ୍ବତନ୍ତ୍ର ହେଲିକପ୍ଟର ବ୍ୟବହାର କରିବାକୁ ନିର୍ଦ୍ଦଶ ଦିଆଯାଇଛି।