Advertisement

ଧନୁଯାତ୍ରାରେ ବାଲିଯାତ୍ରା ଟିକେଟ୍: ବିରୋଧ କରିବାରୁ ସଂଘବଦ୍ଧ ଆକ୍ରମଣ

ମଥୁରାନଗରୀ, ୧୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ଉପଲକ୍ଷେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ମୀନାବଜାର ସମେତ ବିଭିନ୍ନ ଷ୍ଟଲ ଚାଲିଛି। ତେବେ ପଡିଆର କେନ୍ଦ୍ରଭାଗରେ ଚାଲିଥିବା ଏକ ଟିକେଟ୍ ଶୋରେ ଦର୍ଶକଙ୍କୁ ଯେଉଁ ଟିକେଟ୍ ଦିଆଯାଉଛି, ତାହା ସମସ୍ତଙ୍କୁ ଚକିତ କରି ପକାଇଛି।

ଓଡିଶାରେ ପ୍ରଥମ ବୋଲି ସେଠାରେ ଶୋ’ ଚାଲିଛି, ହେଲେ ଦର୍ଶକଙ୍କୁ ଯେଉଁ ଟିକେଟ୍ ଦିଆଯାଇଛି, ସେଥିରେ ବାଲିଯାତ୍ରା, କଟକ ଲେଖାଯାଇଛି। ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମୀନାବଜାର ପଡିଆରେ ଚାଲିଥିବା ସେହି ଶୋ’ରେ କଟକ ବାଲିଯାତ୍ରା ନାମରେ ଟିକଟ୍ ଦିଆଯାଉଥିବା ଜାଣି ପଶ୍ଚିମ ଓଡ଼ିଶା ଯୁବାମଞ୍ଚର ଏକ ପ୍ରତିନିଧି ଦଳ ସେଠାକୁ ପହଞ୍ଚି ଥିଲେ ଏବଂ କେଉଁ ଉଦ୍ଦେଶ୍ୟ ରଖି ଟିକେଟରେ ସେଭଳି କରାଯାଇଥିବା ନେଇ ଟିକେଟ୍ କାଉଣ୍ଟରରେ ପଚାରି ବୁଝିଥିଲେ।

ଏହି ସମୟରେ ସେଠାରେ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ କର୍ମୀଙ୍କୁ ଅତର୍କିତ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏହା ପ୍ରଘଟ ହେବା ପରେ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଏହା ସହିତ ବିଭିନ୍ନ ସଂଗଠନ ସଂଗଠିତ ହୋଇ ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ନେଇ ପ୍ରସ୍ତୁତି ଚଲାଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି।

Share