୩୪ ଏକର ଜାଗାରେ ହେବ ବାଲିଯାତ୍ରା

କଟକ ଅଫିସ,୨୪ା୯: କଟକ ବାଲିଯାତ୍ରା ପଡ଼ିଆକୁ ଲାଗି ପୋତା ଯାଇଥିବା ମହାନଦୀ ଶଯ୍ୟାରେ ବାଲିଯାତ୍ରା ଅଞ୍ଚଳର ସମ୍ପ୍ରସାରଣ ପାଇଁ ହୋଇଥିବା ଆବେଦନ ଉପରେ ରୋକ୍‌ ଲଗାଇଛନ୍ତି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)। ଜିଲା ପ୍ରଶାସନ ପକ୍ଷରୁ ୮୫ ଏକର ଜମିରେ ବାଲିଯାତ୍ରା କରାଯିବାକୁ ଅନୁମତି ମଗାଯାଇଥିବାବେଳେ କେବଳ ୩୪ ଏକର ଜାଗାରେ ବାଲିଯାତ୍ରା କରାଯିବାକୁ ଏନ୍‌ଜିଟି ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ନୈରାଶ୍ୟଭାବ ସୃଷ୍ଟି ହୋଇଥିବାବେଳେ ଜିଲା ପ୍ରଶାସନ ବି ଦ୍ୱନ୍ଦ୍ୱରେ ପଡିଯାଇଛି।
ଏନ୍‌ଜିଟି ତାଙ୍କ ରାୟରେ ଦର୍ଶାଇଛନ୍ତି, ୩୪ ଏକର ଜାଗାରେ ବାଲିଯାତ୍ରା ହେବ। ବାଲିଯାତ୍ରା ଆୟୋଜନବେଳେ ସ୍ବଚ୍ଛତା ଅବଲମ୍ବନ, ପରିମଳ ବ୍ୟବସ୍ଥା ଏବଂ ସ୍ବାସ୍ଥ୍ୟରକ୍ଷା ଦିଗରେ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ। ପଡ଼ିଆରେ କୌଣସି ସ୍ଥାୟୀ ବା ଅସ୍ଥାୟୀ ନିର୍ମାଣ ହେବ ନାହିଁ। ମହାନଦୀ ପଠା ପୋତାଯିବା ପରେ ସୃଷ୍ଟି ହୋଇଥିବା ମୋଟ୍‌ ୪୨୬ ଏକର ଜମିରେ କୌଣସି କଂକ୍ରିଟ ନିର୍ମାଣ ହେବ ନାହିଁ । ଏହାର ଦୁଇ ତୃତୀୟାଂଶ ଜମିରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯିବା ସହ ଏକ ତୃତୀୟାଂଶ ଜମିରେ ପାର୍କ, ଖେଳପଡ଼ିଆ କରାଯାଇପାରିବ। ଏଠାରେ କୌଣସି ବ୍ୟବସାୟିକ କାର୍ଯ୍ୟକୁ ଅନୁମତି ଦିଆଯିବ ନାହିଁ ବୋଲି ଏନ୍‌ଜିଟି ରାୟରେ ସ୍ପଷ୍ଟ କରିଛନ୍ତି। ନଦୀପଠା ପୋତାଯିବା ଫଳରେ ଉପରମୁଣ୍ଡରେ ଥିବା ୩୮ଟି ଗ୍ରାମକୁ ବନ୍ୟା ବିପଦ ରହିଥିବା କାରଣରୁ ସରକାର ଏ ଦିଗରେ ଆଶୁ ପଦକ୍ଷେପ ନେବେ। ପୋତା ଯାଇଥିବା ୪୨୬ ଏକର ଜାଗାରୁ ବାଲି କାଢ଼ି ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ଏନ୍‌ଜିଟିଙ୍କ ୭ ଜଣିଆ କମିଟି ଦେଇଥିବା ରିପୋର୍ଟ ଉପରେ ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା ଏହା ସମ୍ଭବ ନୁହେଁ ବୋଲି ମତ ରଖିଥିଲେ। ଫଳରେ ଏନ୍‌ଜିଟି ଏଥିରେ ଏକମତ ହୋଇଥିଲେ। ହେଲେ ସମ୍ପୃକ୍ତ ଅଞ୍ଚଳ ବନ୍ୟାଞ୍ଚଳ ଜୋନ୍‌ରେ ଆସୁଥିବାରୁ ସରକାର କରିବାକୁ ଥିବା ନିର୍ମାଣ ସମ୍ପର୍କିତ ମାଷ୍ଟର ପ୍ଲାନ ଗ୍ରହଣୀୟ ନୁହେଁ ବୋଲି ଏନ୍‌ଜିଟି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ହବିଷ୍ୟାଳି ଯୋଜନାରେ ପଞ୍ଜୀକରଣ ଆରମ୍ଭ,ଶୀଘ୍ର କରନ୍ତୁ ….

ଭୁବନେଶ୍ୱର,୬।୧୦: ହବିଷ୍ୟାଳି ଯୋଜନାରେ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହେବ । ପୁରୀରେ ରହି ହବିଷ୍ୟ ବ୍ରତ ପାଇଁ ବ୍ରତଧାରୀ ମାନଙ୍କ ପାଇଁ ଆଜି ଠାରୁ ପଞ୍ଜୀକରଣ...

କୁଷ୍ମାଣ୍ଡା ବେଶରେ ମା’ ସମଲେଶ୍ୱରୀ

ବରଗଡ଼,୬ା୧୦: ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ରବିବାର ମା’ ସମଲେଶ୍ବରୀ କୁଷ୍ମାଣ୍ଡା ବେଶରେ ଦର୍ଶନ...

ଏହି ୩ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର,୬ା୧୦: ରାଜ୍ୟର କିଛି ଜିଲାରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଆଉ କିଛି ଜିଲାରେ ପାଗ ମେଘୁଆ ରହୁଛି। ଆଉ କିଛି ଜିଲାରେ କୁହୁଡ଼ି...

ନିୟମିତ ହେବେ ୯୨୦୦ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ରାଜ୍ୟରେ କାର୍ଯ୍ୟରତ ୯ ହଜାର ୨୦୦ କନିଷ୍ଠ ଶିକ୍ଷକ ନିୟମିତ ହେବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା...

ଆର୍‌ଆଇ, ଅମିନ ପରୀକ୍ଷା ଅନିୟମିତତା ଘଟଣା: ରିପୋର୍ଟ ମାଗିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର, ୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଶା ସବ୍‌ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର ଓ ଅମିନ ପରୀକ୍ଷାରେ...

ସ୍ବେଚ୍ଛାକୃତ ଅବସର ପାଇଁ ଅରୁଣ ଷଡ଼ଙ୍ଗୀଙ୍କୁ ଅନୁମତି ଦେଲେ ସରକାର

ଭୁବନେଶ୍ୱର,୬ା୧୦(ଅନିଲ ଦାସ): ରାଜ୍ୟ ସରକାର ୧୯୯୦ ବ୍ୟାଚ ଆଇପିଏସ୍‌ ତଥା ପୂର୍ବତନ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପାଇଁ...

ଖାତାକୁ ଆସିଲା ଟଙ୍କା

ଭୁବନେଶ୍ୱର,୬ା୧୦(ଅନିଲ ଦାସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମହାରାଷ୍ଟ୍ରର ୱାସିମ୍‌ଠାରେ ପିଏମ୍‌ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୯...

ଚୋରି କରିନେଲେ କୋଟିଏ ଟଙ୍କାର କଳାପଥର

ଯାଜପୁର,୬ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ ପାହାଡ଼ ପାଦଦେଶରେ ପ୍ରଶାସନ ପକ୍ଷରୁ ମହଜୁଦ ଥିବା ପ୍ରାୟ କୋଟିଏ ଟଙ୍କାର କଳାପଥର ଲୁଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri