ବାଲିଗୁଡ଼ା, ଜି.ଉଦୟଗିରି ବିଧାନସଭା: ଆଉ ଦିନକ ପରେ ଗଣତି, ବଢୁଛି ହୃଦ୍‌ସ୍ପନ୍ଦନ

ବାଲିଗୁଡ଼ା,୨ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସମେତ ସାରା ଦେଶରେ ଏଥର ସାଧାରଣ ନିର୍ବାଚନ ନିମନ୍ତେ ସରିଛି ଭୋଟ୍‌ ଗ୍ରହଣ। ଆଉ ଦିନକ ବିରତି ପରେ ମଙ୍ଗଳବାର ଗଣତି ଆରମ୍ଭ ହେବ। ଏନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଚାଲିଛି। ଭୋଟ୍‌ ଦେଇଥିବା ମତଦାତା ବେଶ୍‌ ନୀରବତା ଅବଲମ୍ବନ କରୁଥିବା ବେଳେ ଗଣତି ତାରିଖ ଯେତିକି ପାଖେଇ ଆସୁଛି ନେତା ଓ କର୍ମୀମାନଙ୍କର ବଢ଼ିଚାଲିଛି ହୃଦ୍‌ସ୍ପନ୍ଦନ। ଚଳିତ ନିର୍ବାଚନକୁ ରାଜ୍ୟରେ ପୂର୍ବାପେକ୍ଷା ଭିନ୍ନଧରଣର ଗଣାହେଉଛି। ଭାଜପା ଓ ବିଜେଡି ମେଣ୍ଟ ଆଲୋଚନାର ବ୍ୟତିକ୍ରମ ସ୍ବରୂପ ପରସ୍ପର ବିରୋଧରେ ନିର୍ବାଚନ ରଣାଙ୍ଗନରେ କେବଳ ଯେ, ଅବତୀର୍ଣ୍ଣ ହୋଇଥିଲେ ତା’ନୁହେଁ ବରଂ ପରସ୍ପରକୁ କଟୁ ସମାଲୋଚନା କରି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତୃଣମୂଳସ୍ତରରୁ ଆରମ୍ଭ କରି ଉଚ୍ଚସ୍ତର ପର୍ଯ୍ୟନ୍ତ ଏହି ଆମନାସାମନା ଲଢ଼େଇର ଦୃଶ୍ୟ ଦେଖିବାକୁ ମିଳିଥିଲା।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ବନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଭାଜପା-ବିଜେଡି ଟକ୍କର ମଧ୍ୟରେ ଚଳିତଥର କଂଗ୍ରେସ ମଧ୍ୟ ବାଦ୍‌ ପଡ଼ିନାହିଁ । ତଥାପି ଦଳର ତୁଙ୍ଗ ନେତା ରାହୁଲ ଗାନ୍ଧୀ ରାଜ୍ୟରେ ପ୍ରଚାର କରି ପାର୍ଟି ପାଇଁ ଜନସମର୍ଥନ ହାସଲ କରିବାକୁ ଚେଷ୍ଟା କରିଥିଲେ। ଏହାରି ମଧ୍ୟରେ କନ୍ଧମାଳ ଲୋକ ସଭା ଅନ୍ତର୍ଗତ ୨ଟି ପ୍ରମୁଖ ବିଧାନସଭା ବାଲିଗୁଡା ଓ ଜି. ଉଦୟଗିରି ନିର୍ବାଚନର ଫଳାଫଳକୁ ନେଇ ନେତା-କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଓ ଆଲୋଚନା ଜୋର୍‌ ଧରିଛି। କେଉଁ ନେତା କେତେ ପରିମାଣରେ ନିର୍ବାଚନ ପରିଚାଳନାରେ ସଫଳ ହୋଇଛନ୍ତି, ସେହି ଅନୁସାରେ ସେମାନେ ଫଳାଫଳ ପାଇବେ ଏଥିରେ ସନ୍ଦେହ ନାହିଁ।

ଆଉ ଏପଟେ ଗଣତି ପୂର୍ବରୁ ସଟ୍ଟା ବଜାରରେ ଲାଗିଲାଣି ବାଜି। କାହାର ପଲା କେତେ ଅଧିକ, ତାକୁ ନେଇ ମଧ୍ୟ ଅନେକ ଆକଳନ କରାଯାଉଛି। ପ୍ରତ୍ୟେକ ଦଳ ନିଜର ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ବୋଲି ଦାବି କରୁଛନ୍ତି। ଏହାକୁ ନେଇ ରାସ୍ତାଘାଟରୁ ଆରମ୍ଭ କରି ଚା’ ଦୋକାନ, ପାନ ଦୋକାନରେ ବେଶ୍‌ ଖଟି ଜମୁଛି। ଏପଟେ କାଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବ ସେହି ଆଶଙ୍କାରେ ପୋଲିସ ପକ୍ଷରୁ କଡ଼ାକଡ଼ି ପାଟ୍ରୋଲିଂ କରାଯାଉଛି। ତେବେ ଇଭିଏମ୍‌ରେ ସିଲ୍‌ ହୋଇରହିଛି ନେତାଙ୍କ ଭାଗ୍ୟ। ୪ ତାରିଖରେ ଖୋଲିବ କାଉଁରୀ ପେଡ଼ି। କିଏ କାହା ଉପରେ ଭାରୀ ପଡ଼ିବ ତାକୁ ନେଇ ଏବେ ଆକଳନ ଜୋର୍‌ ଧରିଛି। ତେବେ ନୀରବ ଭୋଟରଙ୍କ ମୁଡ୍‌ ପରଖିବା ନେତାମାନଙ୍କ ପାଇଁ କାଠିକର ହୋଇପଡ଼ୁଛି। ତେବେ ସବୁକିଛି ଇଭିଏମ୍‌ ଖୋଲିଲେ ସ୍ପଷ୍ଟ ହେବ। ଆଉ ତା’ପୂର୍ବରୁ ରାଜନୀତିରେ ରୁଚି ରଖୁଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ସମେତ ନେତା ଓ ସାଧାରଣ କର୍ମୀଙ୍କ ମନରେ ଉତ୍କଣ୍ଠା ମଧ୍ୟ ବଢ଼ି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ପହଲଗାମ ଆକ୍ରମଣ ଉପରେ ଭାରତ ସପକ୍ଷରେ ଟ୍ରମ୍ପଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୨।୪: ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋର ଦେଇ କହିଛନ୍ତି, ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

“ନିଷ୍ଠୁର ଅପରାଧ”: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୨।୪: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ପହଲଗାମ ଆତଙ୍କ: ମୋଦିଙ୍କୁ ଆତଙ୍କବାଦୀଙ୍କ ଧମକ, ଭାରତ ପାଇଁ ଏହାର ଅର୍ଥ କ’ଣ?

ନୂଆଦିଲ୍ଲୀ,୨୨।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି।...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ (+୩) ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image