ବିବାହର ୧୦ ବର୍ଷ ପରେ ‘ବାଳିକା ବଧୂ’ ଫେମ୍ ନେହା ମର୍ଦା ମାଆ ହେବାକୁ ଯାଉଛନ୍ତି। ଏକ ଫଟୋ ଶେୟାର କରି ଅଭିନେତ୍ରୀ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ଫଟୋରେ ଅଭିନେତ୍ରୀ ନାଲି ରଙ୍ଗର ପୋଷାକରେ ନିଜର ବେବି ବମ୍ପରେ ନଜର ଆସିଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଅଭିନେତ୍ରୀ ନେହା କହିଛନ୍ତି- ଶ୍ରୀ ଶିବାୟ ନମସ୍ତୁତେ.. ଭଗବାନ ମୋ ଭିତରକୁ ଆସିଛନ୍ତି। ୨୦୨୩ ସୁଦ୍ଧା ବେବିକୁ ସ୍ବାଗତ କରିବୁ । ତାଙ୍କର ଏହି ଫଟୋ ଦେଖିବା ପରେ ସେଲିବ୍ରେଟ ଠାରୁ ଆରମ୍ଭ କରି ପ୍ରଶଂସକମାନେ ତାଙ୍କୁ ବହୁତ ଅଭିନନ୍ଦନ ଜଣାଉଛନ୍ତି । ଅଭିନେତ୍ରୀ ୨୦୧୨ ଫେବୃୟାରୀ ୧୦ରେ ବ୍ୟବସାୟୀ ଆୟୁସ୍ମାନ ଅଗ୍ରଓ୍ବାଲଙ୍କୁ ବିବାହ କରିଥିଲେ।