ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ଲୋକପ୍ରିୟ ଶୋ’ ବାଳିକା ବଧୁ ସମେତ ଅନେକ ଫିଲ୍ମରେ ଅଭିନୟ କରିଥିବା ସୁରେଖା ସିକରୀଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୭୫ ବର୍ଷ ହୋଇଥିଲା। ଶୁକ୍ରବାର ସକାଳେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ୨୦୨୦ରେ ସୁରେଖାଙ୍କ ଦ୍ୱିତୀୟଥର ଦୃଦଘାତର ଶିକାର ହୋଇଥିଲା। ୩ଥର ଜାତୀୟ ପୁରସ୍କାର ଜିତିଥିବା ସୁରେଖାଙ୍କ ମୃତ୍ୟୁ ଯୋଗୁ ବଲିଉଡ୍‌ ଏବଂ ଟିଭି ଜଗତରେ ଶୋକର ଛାୟା ଖେଳିଟାଇଛି। ୧୯୭୮ରେ ପଲିଟିକାଲ୍‌ ଡ୍ରାମା ଫିଲ୍ମ ‘କିସ୍‌ସା କୁର୍ସି କା’ରେ ସେ ଡେବ୍ୟୁ କରିଥିଲେ। କେବଳ ବଲିଉଡ୍‌ ନୁହେଁ ସେ ମାଲାୟାଲମ ଫିଲ୍ମରେ ମଧ୍ୟରେ ଅନେକ ଲୋକପ୍ରିୟତା ହାସଲ କରିଥିଲେ।

Share