୨ ଜଣ କରୋନା ପଜିଟିଭ ଚିହ୍ନଟ: ବାଲିପଦରକୁ ୭ ଦିନ ଶଟଡାଉନ ଘୋଷଣା

ବୁଗୁଡ଼ା,୭।୭:(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଳକ ଅନ୍ତର୍ଗତ ବାଲିପଦରକୁ ମଙ୍ଗଳବାରଠାରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ୭ ଦିନ ଶଟ୍‌ଡାଉନ୍‌ ଘୋଷଣା ହୋଇଛି। ଜିଲାପାଳ କ୍ଷମତା ପ୍ରଯୋଗ କରି ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା ଶଟଡାଉନ ଘୋଷଣାକରିଛନ୍ତି।
ବାଲିପଦର କୁମୁଟି ସାହି ଏବଂ ମୁଖ୍ୟ ସଡକ ସାହିରେ ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ପରେ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ସରପଞ୍ଚ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ଏହି ୭ ଦିନ ମଧ୍ୟରେ କେବଳ ସକାଳ ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଏହି ସମୟରେ ଜରୁରୀ କାମ ନ ଥିଲେ ଘରୁ ପଦାକୁ ବାହାରିବା ପାଇଁ ମନା କରାଯାଇଛି। ଏ ନେଇ ବିଡିଓ ତନ୍ମୟ ପାତ୍ର ଏବଂ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ସହ ଆଲୋଚନା କରିଥିବା ସରପଞ୍ଚ କହିଛନ୍ତି ।

Share