ଲଗାଣ ବର୍ଷାରେ ଧୋଇଗଲା ବାଲିପଙ୍କା ପୋଲ

ଆର.ଉଦୟଗିରି,୨୨।୯(ଡି.ଏନ.ଏ.): ମୋହନା ଅନ୍ତର୍ଗତ ଚାନ୍ଦିପୁଟରୁ ବାଲିପଙ୍କା ରାସ୍ତାରେ ଥିବା ଏକ ଅସ୍ଥାୟୀ ପୋଲ ଲଘୁଚାପଜନିତ ବର୍ଷାରେ ଭାସିଯାଇଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ଯୁବ, ବଡସିନ୍ଧିବା, ଅନ୍ତବା, ଚୁଡଙ୍ଗପୁର, କେଶରୀଗୁଡା ଓ ନୂଆଗଡ଼ ବ୍ଲକ କିରାମା ପଞ୍ଚାୟତର ଜନସାଧାରଣଙ୍କ ଯାତାୟାତରେ ସମସ୍ୟା ଦେଖାଦେଉଛି। ଲୋକଙ୍କ ଯିବାଆସିବା ପାଇଁ ଏହି ନଦୀ ଉପରେ ୪ ବର୍ଷ ତଳେ ଏକ ଝୁଲା ପୋଲ ନିର୍ମାଣ କରାଯାଇଥିଲା। ହେଲେ ଲଗାଣ ବର୍ଷା ଅସ୍ଥାୟୀ ପୋଲକୁ ଭସାଇ ନେଇଥିବାରୁ ଲୋକେ ଅନ୍ୟ ଏକ ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ନିଜ ନିଜ ପଞ୍ଚାୟତରୁ ଚାନ୍ଦିପୁଟ ଓ ମୋହନା ଆସିବାକୁ ହେଲେ ଅଧିକ ରାସ୍ତା ଯିବାକୁ ପଡ଼ଛି। ଏଣୁ ଶୀଘ୍ର ପୁଣି ଏକ ପୋଲର ବ୍ୟବସ୍ଥା କରିବା ସକାଶେ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।