ଆଜିଠୁ ବାଲିଯାତ୍ରା

କଟକ,୨୭ା୧୧ (ସୁପ୍ରିୟା ପ୍ରିୟଦର୍ଶିନୀ): ସୋମବାରଠାରୁ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। କଟକ ଜିଲା ପ୍ରଶାସନ ଏବଂ ସିଏମ୍‌ସି ପକ୍ଷରୁ ବାଲିଯାତ୍ରାକୁ ଉଚ୍ଚକୋଟୀର କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ପ୍ରଚାରପ୍ରସାରଠୁ ନେଇ ସାଜସଜ୍ଜା ପର୍ଯ୍ୟନ୍ତ କାର୍ଯ୍ୟ କରାଯାଇଛି। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲିଯାତ୍ରାରେ ଅନେକ କିଛି ନୂଆ ଦେଖିବାକୁ ମିଳିବ। ୮ଦିନ ଧରି ଚାଲିବାକୁ ଥିବା ଏହି ବାଣିଜି୍ୟକ ମହାକୁମ୍ଭରେ ଲୋକଙ୍କ କିଣାବିକା ଜମିବ। ବିଶେଷକରି ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ଝୁମିବେ। ବାଲିଯାତ୍ରାକୁ ସୁଗମ ଓ ଶୃଙ୍ଖଳିତ କରିବା ସହ ସୁରକ୍ଷା ଦୃଷ୍ଟିରୁ କମିଶନରେଟ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଛି। ଚଳିତବର୍ଷ ବାଲିଯାତ୍ରାରେ ୫୫ରୁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ। ୨୬ଟି ସହାୟତା କେନ୍ଦ୍ର ସହ ୫ ୱାଚ ଟାୱାରର ବ୍ୟବସ୍ଥା କରାଯାଇଛି। ଚୋରି, ଛିନ୍‌ତାଇ ଉପରେ ତୀକ୍ଷ୍ଣ ନଜର ରଖାଯିବ। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା ପରିଚାଳନା, ନିଖୋଜ ଛୋଟ ପିଲାଙ୍କୁ ଉଦ୍ଧାର ଉପରେ ଗୁରୁତ୍ୱ ସହ ବରିଷ୍ଠ ନାଗରିକଙ୍କୁ ସହଯୋଗ ଉପରେ ଅଧିକ ଧ୍ୟାନ ଦିଆଯିବ। ତେବେ ଛୋଟ ଛୁଆଙ୍କୁ ବାଲିଯାତ୍ରା ଆଣିବା ସମୟରେ ସେମାନଙ୍କ ପକେଟରେ ଘର ଲୋକଙ୍କ ମୋବାଇଲ ନମ୍ବର ଲେଖିକି ଦେବା ପାଇଁ ଡିସିପି ପିନାକ ମିଶ୍ର ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri