ଗୋଟିଏ ଦିନ ବଢିଲା ବାଲିଯାତ୍ରା

କଟକ ଅଫିସ,୧୫।୧୧: ଐତିହାସିକ କଟକ ବାଲିଯାତ୍ରା ଗୋଟିଏ ଦିନ ବଢିଲା। ଏ ନେଇ ସିଏମ୍‌ସି ମେୟର ସୁବାସ ସିଂ ମଙ୍ଗଳବାର ସୂଚନା ଦେଇଛନ୍ତି। ବୁଧବାର ବାଲିଯାତ୍ରା ଶେଷ ହେବାର ଥିଲା ବେଳେ ଏହା ଗୁରୁବାର ପର୍ଯ୍ୟନ୍ତ ଚାଲିବ। ବାଲିଯାତ୍ରା ଅବଧିକୁ ଆଉ ଦୁଇ ଦିନ ବଢାଇବାକୁ କଟକ ମହାନଗର ନିଗମ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ଯାହାକୁ ରାଜ୍ୟ ସରକାର ଗୋଟିଏ ଦିନ ବଢାଇବାକୁ ଅନୁମୋଦନ ଦେଇଛନ୍ତି।

Share