Categories: ଖେଳ

ରୌଫ୍‌ଙ୍କ ବିରୋଧରେ ବଲ୍‌ ଟ୍ୟାମ୍ପରିଂ ଅଭିଯୋଗ

ଡଲାସ, ୮ା୬(ପି.ଟି.): ପାକିସ୍ତାନ ପେସର ହାରିସ ରୌଫ୍‌ଙ୍କ ବିରୋଧରେ ବଲ୍‌ ଟ୍ୟାମ୍ପରିଂ ଅଭିଯୋଗ ଆଣିଛନ୍ତି ୟୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌ଏ) ବୋଲର ରଷ୍ଟି ଥେରନ। ଚଳିତ ଟି୨୦ ବିଶ୍ୱକପ୍‌ ଟୁର୍ନାମେଣ୍ଟରେ ଗୁରୁବାର ପାକିସ୍ତାନ ଓ ୟୁଏସ୍‌ଏ ମଧ୍ୟରେ ମ୍ୟାଚ ପରେ ସେ ଏହି ଅଭିଯୋଗ ଆଣିଛନ୍ତି। ଥେରନ ୟୁଏସ୍‌ଏ ଦଳର ପ୍ଲେଇଂ ଇଲେଭେନରେ ସ୍ଥାନ ପାଇ ନ ଥିଲେ। ସେ ଅଭିଯୋଗ କରିଥିଲେ ଯେ, ବଲ୍‌ଟିରେ ମାତ୍ର ୨ଓଭର ବୋଲିଂ ହୋଇଥିବା ବେଳେ ରୌଫ ତାଙ୍କ ବୃଦ୍ଧାଙ୍ଗୁଳିର ନଖରେ ବଲ୍‌ଟିକୁ ରାମ୍ପୁଥିବାର ସେ ଦେଖିଛନ୍ତି। ଫଳତଃ ସେ ରିଭର୍ସ ସୁଇଂ ବୋଲିଂ କରିପାରୁଥିଲେ। ୩୮ବର୍ଷୀୟ ଏହି ସିମର ପୂର୍ବରୁ ଦକ୍ଷିଣ ଆଫ୍ରିକା ପାଇଁ ଖେଳୁଥିଲେ। ଏହି ଅଭିଯୋଗକୁ ନେଇ ଆଇସିସି ଆଖି ବୁଜି ଦେଇଥିବାରୁ ତାହାର ସେ ସମାଲୋଚନା କରିଛନ୍ତି।

Share