ସିଲ୍‌ ହେଲା ବଲେ ବଲେ ଢାବା

ଧର୍ମଶାଳା,୨ା୭:ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁରସ୍ଥିତ ବଲେ ବଲେ ଢାବା ପ୍ରଶାସନ ପକ୍ଷରୁ ମଙ୍ଗଳବାର ସିଲ୍‌ ହୋଇଛି। ଏହାସହ ହୋଟେଲ୍‌ରେ ଥିବା ସମସ୍ତଙ୍କ ଆସବାବପତ୍ର ଖୋଲି ନିଆଯାଇଛି। ପୂର୍ବରୁ ପ୍ରଶାସନ ପକ୍ଷରୁ ସିଲ୍‌ ହେବା ନେଇ ନୋଟିସ୍‌ ଜାରି କରାଯାଇଥିଲା।
ନେଉଳପୁରସ୍ଥିତ ଧର୍ମଶାଳା ଭବନ ପରିସରରେ ଥିବା ଏହି ଢାବା ବେଆଇନ ଭାବେ ଚାଲିଥିବା ଦର୍ଶାଇ ଏହାର ତଦନ୍ତ କରିବାକୁ ନବନିର୍ବାଚିତ ବିଧାୟକ ହିମାଂଶୁ ଶେଖର ସାହୁ ସମୀକ୍ଷା ବୈଠକରେ ବିଡିଓଙ୍କୁ କହିଥିଲେ। ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏହାର ତଦନ୍ତ କରି ଢାବାକୁ ଖାଲି କରିବାକୁ ନୋଟିସ ଜାରି କରିଥିଲେ। ଗତ ୨୮ ତାରିଖରେ ବ୍ଲକର କର୍ମଚାରୀ ନୋଟିସ ଧରି ସେଠାରେ ପହଞ୍ଚତ୍ବା ବେଳେ ଢାବାଟି ବନ୍ଦ ଥିବା ଦେଖି ଲଟକା ଜାରି କରିଥିଲେ। ୩ ଦିନ ମଧ୍ୟରେ ଢାବାକୁ ଖାଲି କରିବାକୁ ନୋଟିସରେ ଉଲ୍ଲେଖ କରାଯାଇଥିଲା। ଗତ ୨୮ରୁ ୩୦ ତାରିଖ ମଧ୍ୟରେ ଢାବାରେ ଥିବା ସମସ୍ତ ସାମଗ୍ରୀ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଆମ ଗଁା ଆମ ବିକାଶ ଓ ଏମଜିଏନଆର୍ଇଜିଏସ ପାଣ୍ଠିରେ ଢାବା ର୍ନିମାଣ ହୋଇଥିବାବେଳେ ଏଥିରେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ବିଡିଓ ସୂଚନା ଦେଇଛନ୍ତି। ତେବେ ଏହା କାହାକୁ ଲିଜ ଦିଆଯାଇଛି ସେ ସମ୍ପର୍କରେ ବ୍ଲକରେ କୌଣସି ତଥ୍ୟ ରହି ନ ଥିବାବେଳେ ଏକ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି। ଏହାସହ ଟେଣ୍ଡର ମାଧ୍ୟମରେ ଏହାକୁ ଲିଜ ସୂତ୍ରରେ ଦିଆଯିବ ବୋଲି ସେ କହିଛନ୍ତି। ତେବେ ଏତେଦିନ ହେଲା ବ୍ଲକ ପ୍ରଶାସନର ଅଗୋଚରରେ କିଭଳି ଜଣେ ଢାବାକୁ ନିଜ ଅକ୍ତିଆରରେ ରଖି ଚଳାଉଥିଲେ ସେନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

Share