Categories: ଜାତୀୟ

କ୍ଷେତରୁ ମିଳିଲା ‘ଆଇ ଲଭ୍ ପାକିସ୍ତାନ’ ଲେଖାଥିବା ବେଲୁନ

ଚଣ୍ଡିଗଡ଼,୧୫ ।୮: ପଞ୍ଜାବ ରୁପନଗରରେ ଏକ କ୍ଷେତରୁ ‘ଆଇ ଲଭ୍ ପାକିସ୍ତାନ’ ଲେଖାଥିବା ବେଲୁନ ମିଳିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ରୁପନଗର ଏସ୍‌ଏସ୍‌ପି ଅଖିଳ ଚୌଧୁରି କହିଛନ୍ତି ପାକିସ୍ତାନ ପତାକାଥିବା ବେଲୁନରେ ‘ଆଇ ଲଭ୍ ପାକିସ୍ତାନ’ ଲେଖାଥାଇ ରୁପନଗର ସନ୍ଦୋୟା ଗାଁର କ୍ଷେତରୁ ମିଳିଛି । ଅନ୍ୟପଟେ ସ୍ୱାଧିନତା ଦିବସ ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ରାଜ୍ୟରେ କୌଣସି ଅପ୍ରିତିକର ପରିସ୍ଥିତିକୁ ବରଦାସ୍ତ କରାଯିବ ନାହିଁ । କାରଣ ଆମେ ଶାନ୍ତି ଚାହୁଁ । ପଞ୍ଜାବ ପ୍ରତି ବିପଦ ଅର୍ଥ ସାରା ଦେଶ ପ୍ରତି ବିପଦ ।

Share