ବାଲେଶ୍ୱରର ନାବାଳିକା କଟକ ଷ୍ଟେଶନରୁ ଉଦ୍ଧାର: ପାଠପଢ଼ା ଚାପ ଯୋଗୁ

କଟକ,୧୫ା୧(କାର୍ତ୍ତିକ ସାହୁ): କଟକ ଆର୍‌ପିଏଫ୍‌ର ମେରି ସହେଲି ଟିମ୍‌ ଦ୍ୱାରା ଉଦ୍ଧାର ନାବାଳିକାଙ୍କୁ ତାଙ୍କ ପରିବାରକୁ ସୋମବାର ହସ୍ତାନ୍ତର କରାଯାଇଛି। ନାବାଳିକାଙ୍କ ବୟସ ୧୫ ହୋଇଥିବାବେଳେ ସେ ବାଲେଶ୍ୱର ଅଙ୍ଗାରଗଡ଼ିଆ ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ରବିବାର ରାତିରେ ସାନ୍ତ୍ରାଗାଛି-ତିରୁପତି ଏକ୍ସପ୍ରେସ୍‌ ଟ୍ରେନ୍‌ର କୋଚ୍‌ ନଂ- ଏସ୍‌ ୫ରେ ନାବାଳିକା ଜଣକ ଏକୁଟିଆ ବସିଥିବାର ମେରି ସହେଲି ଟିମ୍‌ ଜାଣିବାକୁ ପାଇଥିଲେ। ମେରି ସହେଲି ଟିମ୍‌ ତାଙ୍କର ପରିଚୟ ଓ ଯାତ୍ରା ବିଷୟରେ ପଚାରିବାରୁ ସେ କୌଣସି ତଥ୍ୟ ଦେବାକୁ ମନା କରିଦେଇଥିଲେ। ପ୍ରାଥମିକ ଅବସ୍ଥାରେ ମେରି ସହେଲି ଟିମ୍‌ ଜାଣିପାରିଥିଲେ ଯେ, ନାବାଳିକା ଜଣକ ଏକ ଭଲ ପରିବାରର ବୋଲି। ତେଣୁ ସେମାନେ ତାଙ୍କୁ ଅଧିକ ପଚରାଉଚରା ପାଇଁ କଟକ ରେଳଷ୍ଟେଶନରେ ଓହ୍ଲାଇ ମହିଳା ଓ ଶିଶୁ ସହାୟତା ଡେସ୍କକୁ ଆଣିଥିଲେ। ସେଠାରେ ଅତ୍ୟନ୍ତ ବନ୍ଧୁତ୍ୱପୂର୍ଣ୍ଣ ଭାବେ ତାଙ୍କୁ ପଚାରିବାରୁ ସେ ନିଜର ପରିଚୟ ଦେଇଥିଲେ। ନାବାଳିକ ଜଣକ ଏକାଦଶ ଶ୍ରେଣୀରେ ପଢ଼ନ୍ତି। ତେବେ ପାଠପଢ଼ା ଚାପ ହେତୁ ସେ ଘରୁ ରାଗି ପଳାଇ ଆସିଥିଲେ। ମେରି ସହେଲି ଟିମ୍‌ ଏ ସମ୍ପର୍କରେ ନାବାଳିକାଙ୍କ ପରିବାର ସହ ଯୋଗାଯୋଗ କରି ଜଣାଇଥିଲେ। ଏଥିସହ ଚାଇଲ୍ଡ ଲାଇନ୍‌କୁ ତାଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ଲୋକେ କଟକରେ ପହଞ୍ଚତ୍ବା ପରେ ଚାଇଲ୍ଡ ଲାଇନ୍‌ ନାବାଳିକାଙ୍କୁ ହସ୍ତାନ୍ତର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଜବରଦଖଲ: ରବିବାର ଉଚ୍ଛେଦ ଆରମ୍ଭ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ରବିବାର ଆରମ୍ଭ ହେବ। ଉଚ୍ଛେଦ ପୂର୍ବରୁ ଶନିବାର ସମ୍ପୃକ୍ତ...

ଖୋର୍ଦ୍ଧା ଜିଲା ଓକିଲ ସଂଘ ନିର୍ବାଚନ: ଦ୍ୱିତୀୟ ଥର ଜୀବନଜ୍ୟୋତି ସଭାପତି

ଖୋର୍ଦ୍ଧା,୨୯।୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ଦ୍ୱିତୀୟ ଥର ଲାଗି ଜୀବନଜ୍ୟୋତି ମିଶ୍ର ନିର୍ବାଚିତ ହୋଇଛନ୍ତି।...

ଭୁବନେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ଅଶୋକ ସଭାପତି

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ) ୨୦୨୫-୨୬ବର୍ଷ ପାଇଁ ଶନିବାର ଭୁବନେଶ୍ୱର ବାର ଆସୋସିଏଶନ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି। ବାର୍‌ ଆସୋସିଏଶନ ସଭାପତି ପଦ ପାଇଁ...

ଗଞ୍ଜାମ ଓକିଲ ସଂଘ ନିର୍ବାଚନ: ମନୋଜ ସଭାପତି, ଭେଙ୍କଟ ସମ୍ପାଦକ

ବ୍ରହ୍ମପୁର, ୨୯।୩ : ଗଞ୍ଜାମ ଓକିଲ ସଂଘର ନିର୍ବାଚନ ୨୦୨୫-୨୬ ପାଇଁ ଶନିବାର ଭୋଟ ଗ୍ରହଣ ହୋଇଛି। ସଭାପତି ଭାବେ ବରିଷ୍ଠ ଆଇନଜୀବୀ ମନୋଜ ପଟ୍ଟନାୟକ...

ସରିଲା ଓକିଲ ସଂଘ ନିର୍ବାଚନ: ଆସିଲା ଫଳାଫଳ, ଜାଣନ୍ତୁ କିଏ ସଭାପତି, କିଏ ସମ୍ପାଦକ

କୋରାପୁଟ/ସେମିଳିଗୁଡା/ସୁନାବେଡା/କୋଟପାଡ଼,୨୯ା୩(ଅମିତାଭ ବେହେରା/ ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ/କେ.ରାଜଶେଖର ରାଓ): କୋରାପୁଟ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭାତ କୁମାର ମହାପାତ୍ର ସଭାପତି ନିର୍ବାଚିତ...

ସରିଲା ବାର ଆସୋସିଏଶନ ନିର୍ବାଚନ: ରାୟଗଡ଼ାରେ ଦେବୀ, ବିଷମକଟକରେ ସନ୍ତୋଷ, କାଶୀପୁରରେ କହ୍ନେଇଲାଲ ସଭାପତି

ରାୟଗଡ଼ା/ବିଷମକଟକ/କାଶୀପୁର/ଟିକିରି,୨୯।୩(ଆଶିଷ ରଞ୍ଜନ ପଣ୍ଡା/ପ୍ରସନ୍ନ କୁମାର ପଣ୍ଡା/ମୋହନ ନାଏକ/ପ୍ରଫୁଲ୍ଲ କୁମାର ବେହେରା): ଆସନ୍ତା ଆର୍ଥିକ ବର୍ଷ ପାଇଁ ଶନିବାର ରାଜ୍ୟର ବିଭିନ୍ନ କୋର୍ଟରେ ଆଇନଜୀବୀଙ୍କ ବାର ଆସୋସିଏଶନ...

ବରଗଡ଼ ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ସଭାପତି, ଲଲାଟେନ୍ଦୁ ସମ୍ପାଦକ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ଶୁକ୍ରବାର ବରଗଡ଼ ଜିଲା ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି। ସଂଘର ସଭାପତି ଭାବେ ଭୀଷ୍ମଦେବ ସରାଫ୍‌ କ୍ରମାଗତ ତୃତୀୟଥର ପାଇଁ ନିର୍ବାଚିତ...

ରାୟଗଡ଼ା ଓକିଲ ସଂଘ ନିର୍ବାଚନ: ଦେବି ସଭାପତି, ମଙ୍ଗଳ ସମ୍ପାଦକ ଭାବେ ନିର୍ବାଚିତ

ରାୟଗଡା,୨୯।୩(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଓକିଲ ସଙ୍ଘର ନିବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଚାଲିଥିଲା। ଶେଷରେ ଫଳାଫଳ ଘୋଷଣା ହୋଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image