Categories: ଖେଳ

ବାମଣ୍ଡା କପ୍‌: କଟକକୁ ହରାଇ ଝାରସୁଗୁଡ଼ା ଫାଇନାଲରେ

ଦେବଗଡ଼,୩୦।୧୨:(ଡି.ଏନ୍‌.ଏ.): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡ଼ିୟମରେ ଚାଳିଥିବା ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ପ୍ରୋଗ୍ରେସିଭ ଝାରସୁଗୁଡ଼ା ଏବଂ ୟୁନିୟନ ସ୍ପୋର୍ଟିଂ କଟକ ମଧ୍ୟରେ ମ୍ୟାଚ୍‌ ହୋଇଥିଲା । ଏଥିରେ ଝାରସୁଗୁଡ଼ା ଦଳ କଟକକୁ ୭୦ ରନ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଝାରସୁଗୁଡ଼ା ଦଳ ଟସ୍‌ ଜିତି ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୯୯ ରନ୍‌ କରିଥିଲା। ଦଳ ପକ୍ଷରୁ ଦିନେଶ ମାଝୀ ୪୩ଟି ବଲରେ ୭୬ ରନ୍‌ କରିଥିବା ବେଳେ ପୁଷ୍କର ରାଜ ୧୯ ବଲରେ ୩୩ ରନ୍‌ କରିଥିଲେ। କଟକର ପ୍ରଶାନ୍ତ ରାଣା ସର୍ବାଧିକ ୨ ଉଇକେଟ ନେଇଥିଲେ।

ଜବାବରେ କଟକ ଦଳ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୨୯ ରନ୍‌ କରି ପରାଜିତ ହୋଇଥିଲା। ଦଳ ପକ୍ଷରୁ ବିନାୟକ ସାହୁ ୩୨ ଓ ସତ୍ୟଜତି ଦଳାଇ ୨୧ ରନ୍‌ କରିଥିବା ବେଳେ ଝାରସୁଗୁଡ଼ା ଦଳର ଓମ ସିଂ ୩ଟି ଏବଂ ପ୍ରେମ ଭରଦ୍ବାଜ ୨ଟି ଉଇକେଟ ନେଇଥିଲେ। ଝାରସୁଗୁଡ଼ା ଦଳର ଦିନେଶ ମାଝୀ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଏବଂ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଏବଂ ଶ୍ରେଷ୍ଠ ବୋଲର ଭାବେ ଓମ୍‌ ସିଂଙ୍କୁ ପୁରସ୍କୃତ କରାଯାଇଥିଲା । କ୍ଲବର ଉପସଭାପତି ଅଶୋକ ନନ୍ଦଙ୍କ ଅଧକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ତାଞ୍ଜାନିଆର ଭାରତୀୟ ରାଷ୍ଟ୍ରଦୂତ ବିନୟ ଶ୍ରୀକାନ୍ତ ପ୍ରଧାନ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ସମାଜସେବୀ ଚିତ୍ତ ରଞ୍ଜନ ପ୍ରଧାନ ଓ ଭୋଳେଶର ପ୍ରଧାନ ଯୋଗଦେଇ ଉଦ୍‌ବୋଧନ ଦେବା ସହ ପୁରସ୍କାର ବିତରଣ କରିଥିଲେ।

Share