ବାଉଁଶ ଦେଇଛି ଜୀବିକା

ଭୁବନେଶ୍ୱର,୧୮।୯(ଅନୁରାଧା ମହାରଣା): ବାଉଁଶ ଦେଇଛି ଜୀବିକା, ପାଲଟିଛି ବେସାହାରାଙ୍କ ସାହାରା। ଗାଁର ସୁରକ୍ଷା ବାଡ଼ଠାରୁ ଆରମ୍ଭ କରି ଘର ଛପର, ଘରୋଇ ଉପକରଣ ଓ ସାଜସଜ୍ଜା ସାମଗ୍ରୀଠାରୁ ସହରର ନଭଶ୍ଚୁମ୍ବୀ କୋଠା ନିର୍ମାଣ, ସବୁଥିରେ ବାଉଁଶର ବ୍ୟବହାର ହେଉଛି। ତେଣୁ ଭାରତରେ ସେପ୍ଟେମ୍ବର ୧୮କୁ ଜାତୀୟ ବାଉଁଶ ଦିବସ ଭାବେ ପାଳନ କରାଯାଉଛି। ବାଉଁଶର ବ୍ୟବହାର ଓ ରକ୍ଷଣାବେକ୍ଷଣା ଦିଗରେ ଲୋକଙ୍କୁ ଅବଗତ କରାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

ତାଟିବସ୍ତିରେ ଘରେ ଘରେ ବାଉଁଶ କାରିଗର

ରାଜଧାନୀରେ ଏମିତି ଏକ ବସ୍ତି ଅଛି, ଯେଉଁଠାରେ ଘରେ ଘରେ ବାଉଁଶ କାରିଗର ରହିଛନ୍ତି। ପ୍ରାୟ ୩୫ ପରିବାର ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରି ତାହାକୁ ବିକି ନିଜ ଗୁଜରାଣ ମେଣ୍ଟାଉଛନ୍ତି। ୟୁନିଟ୍‌-୧ ହାଟ ପାର୍ଶ୍ୱ ତାଟିବସ୍ତିର ମହିଳା ଓ ପୁରୁଷ ବାଉଁଶ ତିଆରି ଝୁଡ଼ି, ତାଟି, ପଟି, ପୂଜା ତୋରଣ ଓ ଘରସଜ୍ଜା ଜିନିଷ ତିଆରି କରି ରାଜଧାନୀବାସୀଙ୍କ ଆବଶ୍ୟକତାକୁ ମେଣ୍ଟାଉଛନ୍ତି। ପିଢ଼ି ପରେ ପିଢ଼ି ଏହି ପରିବାରଗୁଡିକ ବାଉଁଶକୁ ନେଇ କାର୍ଯ୍ୟ କରିଆସୁଛନ୍ତି। ପୂର୍ବରୁ ଏମାନଙ୍କ ପୂର୍ବ ପିଢ଼ି ୟୁନିଟ୍‌-୨ ଅଞ୍ଚଳରେ ରହି ଏହି କାର୍ଯ୍ୟ କରି ଆସୁଥିତ୍ବାବେଳେ ୧୯୯୯ ମସିହାଠାରୁ ଏଠାକୁ ସ୍ଥାନାନ୍ତରିତ ହୋଇ କଲୋନୀ ଭଳି ରହି ଆସୁଛନ୍ତି। ବାରିପଦାରୁ ଆସୁଥିବା ସ୍ବତନ୍ତ୍ର କିସମର କଞ୍ଚା ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି ହେଉଥିବାବେଳେ କାରିଗରଙ୍କ ନିଖୁଣତା ସେଥିରେ ବାରି ହୋଇପଡୁଛି। ପ୍ରଥମେ ବାଉଁଶର ଉପର ଭାଗ ସଫା କରିବା ପରେ ମେଶିନ, କରତ କିମ୍ବା କଟୁରି ସାହାଯ୍ୟରେ ଚିରିବା ଓ କାଟିବା କାମ କରନ୍ତି। ସରୁ ସରୁ ପାତିଆ ପ୍ରସ୍ତୁତ କରି ପରସ୍ପର ସହ ଛନ୍ଦି ବିଭିନ୍ନ ଜିନିଷ ତିଆରି କରନ୍ତି। ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ କାରିଗରମାନେ ତୋରଣ ତିଆରିରେ ବ୍ୟସ୍ତ ଅଛନ୍ତି। ସାଧାରଣତଃ ବିଶ୍ୱକର୍ମା ପୂଜା, ଖୁଦୁରୁକୁଣୀ ପୂଜା, ଗଣେଶ ପୂଜା ଓ ସରସ୍ବତୀ ପୂଜା ଆଦି ସମୟରେ ବେପାର ଭଲ ହୋଇଥାଏ। ତାରା, ଘର ଆଦି ବିଭିନ୍ନ ଆକୃତିର ବାଉଁଶ ତୋରଣରେ ନଡ଼ା ଛପର କରି ବିକନ୍ତି। ୬୦୦ଟଙ୍କାରୁ ଆରମ୍ଭ କରି ଆକୃତି ଓ ବରାଦ ଅନୁସାରେ ଏମାନେ ପ୍ରତିବର୍ଷ ଏହି ତୋରଣ ପ୍ରସ୍ତୁତ କରନ୍ତି। ଏହାଛଡ଼ା ବର୍ଷସାରା ଘରୋଇ ସାମଗ୍ରୀ କାରବାର ହୋଇଥାଏ। କୁଲା, ଡାଲା ଆଦିର ଦାମ ୧୦୦ଟଙ୍କାରୁ ଆରମ୍ଭ ହୋଇଥାଏ। ସେହିପରି ଝୁଡ଼ି ଓ ପଟି, ତାଟି ଆଦିର ଦାମ ମଧ୍ୟ ଭିନ୍ନ ଭିନ୍ନ ରହିଛି। ଶ୍ରମିକ ଶ୍ରେଣୀର ଲୋକେ ଏଠାରୁ ବାଉଁଶ ଝୁଡ଼ି କିଣି ନେଉଥିବାବେଳେ ମେଳା ମହୋତ୍ସବରେ ମଧ୍ୟ ଷ୍ଟଲ ପକାଇ ଏମାନେ ବାଉଁଶ ତିଆରି ଜିନିଷ ବିକନ୍ତି।

ନଇଁଲା ଅଣ୍ଟାରେ ବଞ୍ଚାଇଛନ୍ତି କୌଳିକ ବୃତ୍ତି

ସ୍ତ୍ରୀକୁ ୭୦, ସ୍ବାମୀଙ୍କୁ ୮୦ ଡେଇଁଲାଣି। ନଇଁଗଲାଣି ଅଣ୍ଟା, ପଡ଼ିଗଲାଣି ଦାନ୍ତ। ତଥାପି ନିଜ କୌଳିକ ବୃତ୍ତିକୁ ଛାଡ଼ିପାରିନାହାନ୍ତି ତାଟିବସ୍ତିର ବୃଦ୍ଧ ଦମ୍ପତି ପି. ଅପନ୍ନା ଓ ପି. ପାର୍ବତୀ। ଆଖିରେ ଚଷମା ଲଗାଉଛନ୍ତି ସତ, ମାତ୍ର ଧ୍ୟାନ ବା ପଟି ବୁଣିବାରେ ଟିକେ ବି ଭୁଲ୍‌ ହେଉନି। ସେମାନଙ୍କର ଜଣେ ରୋଜଗାରକ୍ଷମ ପୁଅ ଅଛନ୍ତି। ମାତ୍ର ନିଜ କୌଳିକ ବୃତ୍ତି ପ୍ରତି ତାଙ୍କର ଏତେ ଭଲ ପାଇବା ରହିଛି ଯେ, ସେ ବାଉଁଶ ପାତିଆରେ ପାତିଆ ଛନ୍ଦି ଖୁବ୍‌ ସୁନ୍ଦର ପଟି ଓ ଅନ୍ୟାନ୍ୟ ଜିନିଷ ପ୍ରସ୍ତୁତ କରିପାରୁଛନ୍ତି। ବସ୍ତିରେ ଏପରି ଅନେକ ବୃଦ୍ଧ ଦମ୍ପତି ଅଛନ୍ତି ଯେଉଁମାନେ ବାଉଁଶ ତିଆରି କାମରେ ସକାଳରୁ ସଞ୍ଜ ଯାଏ ଲାଗିଥା’ନ୍ତି । ଏହା ତାଙ୍କୁ ରୋଜଗାର ସହ ମାନସିକ ଶାନ୍ତି ଦିଏ ବୋଲି ସେମାନେ କହନ୍ତି।

ସେମାନେ ଯାହା କୁହନ୍ତି.

ମୁଁ ଏହି ସାହିର ବୋହୂ। ଏଠାକୁ ଆସିବା ଦିନଠାରୁ ବାଉଁଶରେ ବିଭିନ୍ନ ପ୍ରକାର ଜିନିଷ ତିଆରି କରୁଛି। ଭଲ ଲାଗୁଛି। ଆମ ପରିବାରର ୬ଜଣ ଏହି କାମ କରୁଛୁ। ଆମ ପିଲାମାନେ ଯାହା ପାଠ ପଢ଼ିଲେ, ଯେଉଁ ଚାକିରି କଲେ ବି ଏହି କାମକୁ ସମସ୍ତେ ଭଲ ପାଆନ୍ତି।
– ଆର୍‌. ଲକ୍ଷ୍ମୀ
ଆଗରୁ ବାଉଁଶକୁ କେବଳ ହାତରେ କାଟି ପାତିଆ କରି ବିିଭିନ୍ନ ଜିନିଷ ତିଆରି କରୁଥିଲୁ। ଏବେ ମେଶିନରେ ଏସବୁ କରିପାରୁଛୁ। ଅନ୍ୟଦିନ ଅପେକ୍ଷା ପୂଜା ସମୟରେ ତୋରଣ ବେଶି ତିଆରି ହେଉଥିବାରୁ ଭଲ ରୋଜଗାର ହୁଏ।
– ଆର. ଧରମା
ଆମେ ପିଲାଦିନରୁ ଏହି କାମ କରୁଛୁ। ବାଉଁଶରେ ଆମେ ଅଧିକାଂଶ ଜିନିଷ ତିଆରି କରୁଥିଲେ ମଧ୍ୟ କିଛି କିଛି ବାଉଁଶ ତିଆରି ଜିନିଷ ବ୍ରହ୍ମପୁରରୁ ଆଣି ବିକ୍ରି କରୁଛୁ। ପିଲାମାନେ ପାଠ ପଢ଼ିବା ସହ ଆମର ଏହି କୌଳିକ ବୃତ୍ତି ଆଗକୁ ନେଲେ ଭଲ।
-ଆର୍‌. ରାମୁ
ମୁଁ ଅଲଗା କାମ କରେ। ମାତ୍ର ଏହି ତିନି ଚାରି ବର୍ଷ ହେଲା ବାଉଁଶ କାମ ବି କରୁଛି। ଘରେ ଏହି କାମ ହେଉଛି। ତେଣୁ ଯେତେବେଳେ ସମୟ ମିଳେ ଘର ଲୋକଙ୍କୁ ସାହାଯ୍ୟ କରେ।
-ପି.ସୀତାରାମ୍‌


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ନୂଆ ମାଷ୍ଟରପ୍ଲାନ! ପ୍ରତି ଜିଲାରେ ହେବ…

ଭୁବନେଶ୍ୱର,୨୫।୯: ବିଜେଡିର ବସିବାକୁ ଯାଉଛି ବଡ଼ ବୈଠକ। ଅଧ୍ୟକ୍ଷତା କରିବେ ଖୋଦ୍‌ ସୁପ୍ରିମୋ ନବୀନ ପଟ୍ଟନାୟକ। ଆସନ୍ତା ୨୭ ତାରିଖ ଶୁକବ୍ରାର ଶଙ୍ଖ ଭବନରେ ଏକାଠି...

ଆସୁଛି ବଡ଼ ବର୍ଷା, ୧୦ ଜିଲାକୁ ଆଲର୍ଟ…

ଭୁବନେଶ୍ୱର,୨୫।୯: ଆସୁଛି ବଡ଼ ବର୍ଷା। ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା...

ସୁଭଦ୍ରା ଟଙ୍କାକୁ ନେଇ ବଡ଼ ସୂଚନା, ଏହିଦିନ ମିଳିବ ପ୍ରଥମ କିସ୍ତି ସହ ଦ୍ୱିତୀୟ କିସ୍ତି ଟଙ୍କା…

ଭୁବନେଶ୍ୱର,୨୫।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍‌ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କେଉଁଦିନ ପ୍ରଥମ ଓ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ଏନେଇ ସେ...

ଭରତପୁର ଘଟଣାକୁ ନେଇ ମୁହାଁମୁହିଁ ହେଲେ ପୂର୍ବତନ ସେନା ମୁଖ୍ୟ ଓ ସିବିଆଇ ଅଧିକାରୀ, ଟାର୍ଗେଟରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ପୁରା ଜାତୀୟ ରାଜନୀତି ଉଠୁଛି ପଡୁଛି। ମେଜରଙ୍କ ବାନ୍ଧବୀଙ୍କୁ ଥାନାରେ ଯୌନ ନିର୍ଯ୍ୟାତନା ଦେବା...

ହାତରେ କୋଦାଳ ଧରି ପୋଖରୀ ସଫା କଲେ ଶିକ୍ଷା ମନ୍ତ୍ରୀ

ନବରଙ୍ଗପୁର,୨୫।୯(ସଦାଶିବ ପ୍ରହରାଜ): ହାତରେ କୋଦାଳ ଧରି ସଚ୍ଛତା ଅଭିଯାନରେ ଅଗ୍ରସର ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ...

ବୁଲା କୁକୁର, ଗୋରୁଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସହରବାସୀ

ପାରଳାଖେମୁଣ୍ଡି,୨୫।୯(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ରାତି ସମୟରେ ବିଭିନ୍ନ ଛକରେ ବୁଲା କୁକୁର ଓ ଗୃହପାଳିତ ପ୍ରାଣୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସନ୍ଧ୍ୟା...

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଏଫ୍‌ଏମ୍‌ୟୁର ୩ ପ୍ରଫେସର

ବାଲେଶ୍ୱର, ୨୫।୯(ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ(ଏଫଏମ୍‌ୟୁ) ରସାୟନ ବିଜ୍ଞାନ ପ୍ରଫେସର ପଙ୍କଜ କୁମାର ପାଢ଼ୀ, ଗଣିତ ବିଭାଗର ଡ. ଗୌରାଙ୍ଗ ସି ସାମନ୍ତ ଏବଂ...

ନକଲି ପେଟ୍ରୋଲ, ଡିଜେଲ ୮୦ ଟଙ୍କାରେ କିଣି ବିକୁଛନ୍ତି…

ଜଳେଶ୍ୱର, ୨୫।୯(ନବୀନ ସାହୁ)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆରେ ଅଞ୍ଚଳରେ ମିଳୁଛି ନକଲି ପେଟ୍ରୋଲ ଓ ଡିଜେଲ। ଯାହା ପଶ୍ଚିମବଙ୍ଗରୁ ଆସି ସୀମାନ୍ତବର୍ତ୍ତୀ ଅଞ୍ଚଳ ଚୂଡ଼ାମଣିପୁର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri