Categories: ଫୁରସତ

ବାଉଁଶ ମିଠା

କଳାକାର ସବୁକିଛିରେ ନିଜ ସୃଜନଶୀଳତାର ଛାପ ଛାଡିପାରେ। ସେ ବର୍ଜ୍ୟବସ୍ତୁ ହେଉକି ଖାଦ୍ୟପଦାର୍ଥ। ଠିକ୍‌ ଯେମିତି ଏବେ ସୋସିଆଲ ମିଡିଆରେ ଏକ କଳାକୃତୀର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳେ ଛୋଟ ଛୋଟ ପତ୍ର ଥିବା ଏକ ବାଉଁଶ ବୁଦା। ତେବେ ପଛରେ ଜଣାପଡେ ତାହା ସତସତିକା ବାଉଁଶ ନୁହେଁ ବରଂ ଏକ ସୁଇଟ୍‌ ଡିସ୍‌। ପ୍ରସିଦ୍ଧ ପେଷ୍ଟ୍ରି କଳାକାର ଅମୌରୀ ଗୁଇଚୋନ ତିଆରି କରିଛନ୍ତି ବାଉଁଶ ପରି ଦେଖାଯାଉଥିବା ଏହି ଥାଇ ଡେଜର୍ଟକୁ। ଏହାକୁ ପ୍ରସ୍ତୁତ କରିବା ପାଇଁ ସେ ପ୍ରଥମେ ଏକ ପାଚିଲା ଆମ୍ବକୁ ଛୋଟ ଛୋଟ କରି କାଟନ୍ତି। ତାସହ ସେ ଅନ୍ୟ ଫଳ ଓ ସାମଗ୍ରୀ ବ୍ୟବହାର କରି ଏହି ସୁଇଟ୍‌ ଡିସ୍‌ର ବିଭିନ୍ନ ଅଂଶ ତିଆରି କରନ୍ତି। ତେବେ ଡେଜର୍ଟର ମୁଖ୍ୟ ଅଂଶ ତଥା ବାଉଁଶଟିକୁ ଗୁଇଚୋନ ହ୍ବାଇଟ୍‌ ଚକୋଲେଟ୍‌ରେ ତିଆରି କରନ୍ତି ଓ ତାକୁ ସବୁଜ ରଙ୍ଗରେ ରଙ୍ଗାନ୍ତି। ସର୍ବଶେଷରେ ଗୁଇଚୋନ ବାଉଁଶର ସବୁ ଭାଗକୁ ଏକାଠି କରି ସମ୍ପୂର୍ଣ୍ଣ ବାଉଁଶ ଡେଜର୍ଟ ପ୍ରସ୍ତୁତ କରନ୍ତି। ଉକ୍ତ ଭିଡିଓକୁ ୮ ମିଲିୟନରୁ ଅଧିକ ଦେଖାଯିବା ସହ ୬ ଲକ୍ଷରୁ ଉର୍ଦ୍ଧ୍ୱ ଲାଇକ କରାଯାଇଛି।

Share