ସୌଭାଗ୍ୟ ଆଣେ ବାମ୍ବୋପ୍ଲାଣ୍ଟ

ବାସ୍ତୁଶାସ୍ତ୍ର ଅନୁଯାୟୀ, ବାମ୍ବୋ ପ୍ଲାଣ୍ଟ ହେଉଛି ଭାଗ୍ୟଶାଳୀ ତଥା ଶୁଭଫଳ ପ୍ରଦାନକାରୀ ଏକ ପ୍ରକାର ଗଛ। ଏହାକୁ ଘରେ ହେଉ ଅବା କର୍ମକ୍ଷେତ୍ରରେ ରଖିଲେ ଭାଗ୍ୟୋଦୟ ହେବା ସହ ବୈଭବ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କେବଳ ସେତିକି ନୁହେଁ, ବାମ୍ବୋପ୍ଲାଣ୍ଟ ପର୍ଯ୍ୟାବରଣକୁ ସଫାସୁତୁରା ରଖିବାରେ ମଧ୍ୟ ବେଶ୍‌ ସହାୟକ ହୋଇଥାଏ। ସେଥିପାଇଁ ଏହାକୁ ନାଚୁରାଲ୍‌ ଏୟାର୍‌ ପ୍ୟୁରିଫାୟର୍‌ ବୋଲି କୁହାଯାଏ। ଭାଗ୍ୟଶାଳୀ ବାମ୍ବୋପ୍ଲାଣ୍ଟକୁ ଘରର ପୂର୍ବ ଦିଗରେ ରଖିଲେ ସକାରାତ୍ମକ ଊର୍ଜ୍ଜା ଉତ୍ପନ ହୋଇଥାଏ। ଅନ୍ୟପକ୍ଷେ ଏହାକୁ ଦକ୍ଷିଣ-ପୂର୍ବ ଦିଗରେ ରଖିଲେ ଧନପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ କରାଯାଏ। ସବୁଠୁ ବଡ଼ କଥା ହେଉଛି ବାମ୍ବୋପ୍ଲାଣ୍ଟରେ ଦିଆଯାଇଥିବା ପାଣିକୁ ପ୍ରତି ସପ୍ତାହରେ ବଦଳାଇବା ଦରକାର; ଯଦ୍ଦ୍ବାରା ଆର୍ଥିକସ୍ଥିତି ମଜଭୁତ୍‌ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତା’ଛଡ଼ା ବାମ୍ବୋପ୍ଲାଣ୍ଟକୁ ଘରର ଯେ କୌଣସି ସ୍ଥାନରେ ରଖାଯାଇପାରେ। ଏପରିକି ପତ୍ନୀପତିଙ୍କ ବେଡ୍‌ରୁମ୍‌ରେ ବି। କାରଣ ଏହା ପତ୍ନୀପତିଙ୍କ ଭିତରେ ଭଲପାଇବା ବୃଦ୍ଧି କରିବାରେ ବେଶ୍‌ ସହାୟକ ହୋଇଥାଏ। ସେହିପରି କ୍ୟାରିୟର୍‌ରେ ସଫଳ ହେବାକୁ ଚାହୁଁଥିଲେ ଷ୍ଟଡିରୁମ୍‌ରେ ବାମ୍ବୋପ୍ଲାଣ୍ଟକୁ ରଖିବା ମଧ୍ୟ ବେଶ୍‌ ଉପକାରୀ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Home Made Pre-Workout Drink: ପ୍ରତିଦିନ ଓ୍ବର୍କଆଉଟ୍‌ କରିବା ପୂର୍ବରୁ ପିଅନ୍ତୁ ଏହି ୨ଟି ଘରୋଇ ପାନୀୟ

ଶାରୀରିକ ଭାବରେ ପିଟ୍‌ ଏବଂ ସୁସ୍ଥ ରହିବା ପାଇଁ, ଲୋକମାନେ ଜିମ ଯାଆନ୍ତି ଏବଂ ଘଣ୍ଟା ଘଣ୍ଟା ଓ୍ବର୍କଆଉଟ୍‌ କରନ୍ତି। କିଛି ଲୋକ ଓ୍ବର୍କଆଉଟ୍‌ କରିବା...

Bad Cholesterol କେମିତି ହୋଇଥାଏ ପ୍ରାଣଘାତୀ

କୋଲେଷ୍ଟ୍ରଲ ଶରୀର ପାଇଁ ଏକ ଅତ୍ୟାବଶ୍ୟକୀୟ ଉପାଦାନ ଯାହା ସୁସ୍ଥ କୋଷ ଗଠନ, ହରମୋନ ଉତ୍ପାଦନ ଏବଂ ଭିଟାମିନ-ଡି ସଂଶ୍ଳେଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।...

ବାତ ମାରିବା ସମୟରେ ନିଅନ୍ତୁ ଏହି ପଦକ୍ଷେପ, ଟଳିଯିବ ବିପଦ

ବାତ ମାରିବା ଲକ୍ଷଣ ଅସ୍ଥାୟୀ ଏବଂ ତାହା ମନକୁ ମନ ଉପଶମ ହୋଇଯାଏ-ଏକଥା ପ୍ରଥମେ ଆମେ ଜାଣିବା ଦରକାର। ବାତ ମାରିଲେ ରୋଗୀ ଦୁଲ୍‌କରି ପଡ଼ିଯାଇପାରେ।...

ଚା’ ପିଉଥିଲେ ସାବଧାନ! ଦେଖାଦେବ ଏସବୁ ସମସ୍ୟା…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ମହାଜାଗତିକ ରଶ୍ମିର ଆବିଷ୍କାର

କିନ୍ତୁ ତାଙ୍କର ଏହି ସନ୍ଦେହ ଅମୂଳକ ବୋଲି ପ୍ରମାଣ ହେଲା, କାରଣ ଲୁହା ଏଥିରୁ ମୁକ୍ତ ଥିଲା। ଏହି ପୃଷ୍ଠଭୂମିରେ ସେ ୧୯୧୦ରେ ଏକ ସିଦ୍ଧାନ୍ତରେ...

ତେଜସ୍କ୍ରିୟ ଆବର୍ଜନା

ଶକ୍ତି ଅପରିହାର୍ଯ୍ୟ। କାମ କରିବା ସକାଶେ ଆମକୁ ଶକ୍ତି ଦରକାର। କଳକାରଖାନା ଓ ଗାଡ଼ିମୋଟର ଚାଲିବା ପାଇଁ ଶକ୍ତି ଦରକାର। ଖାଦ୍ୟ ଖାଇଲେ ଆମ ଶରୀରକୁ...

ବଦଳୁଥିବା ପାଗରେ ଜର-ଥଣ୍ଡାକୁ ନେଇ ଟେନଶନରେ ଅଛନ୍ତି କି? ଆପଣନ୍ତୁ ଏହି ଚମତ୍କାର ଘରୋଇ ଉପାୟ

ଫେବୃଆରୀ ମାସ ପ୍ରାୟ ଶେଷ ହେବାକୁ ଯାଉଛି। ଫେବୃଆରୀରେ ଥଣ୍ଡା ଲାଗିବା ସମୟରେ ଏବେ ଖରା ଅସ୍ୟହ ହୋଇପଡିଛି। ଦିନବେଳେ ଏବେ ପ୍ରବଳ ଗରମ ଅନୁଭୂତ...

Dating Appରେ କିଛି ଏମିତି ଆରମ୍ଭ କରନ୍ତୁ ଚାଟ୍‌, ମ୍ୟାରେଜ୍‌ ଯାଏ ଫିକ୍ସ ହୋଇଯିବ କଥା

ଆଜିକାଲି ଯୁବପିଢି ଡେଟିଂ ଆପ ମାଧ୍ୟମରେ ନୂଆ ଲୋକଙ୍କ ସହ ଯୋଡ଼ି ହେଉଛନ୍ତି ଏବଂ ଭେଟୁଛନ୍ତି। ପ୍ରଥମତଃ, ଲୋକମାନେ ଡେଟିଂ ଆପ ମାଧ୍ୟମରେ ପରସ୍ପର ବିଷୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image