୨୮ରେ ବାମରା ବନ୍ଦ

କୁଚିଣ୍ଡା,୨୭ା୨(ବିରଞ୍ଚି ଦର୍କା): ରାଜ୍ୟ ସରକାର ଓଡ଼ିଶାରେ ମୋଟ ୩୫ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଛନ୍ତି। ହେଲେ ପୂର୍ବ ଦାବି ଅନୁଯାୟୀ ସମ୍ବଲପୁର ଜିଲାର ବାମରା ଏଥିରୁ ବାଦ୍‌ ପଡିଛି। ଏଥିସହ ରେଳ ସମସ୍ୟା ନେଇ ଦୀର୍ଘ ଦିନରୁ ରହିଥିବା ଦାବି ଉପରେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ଏହାର ପ୍ରତିବାଦରେ ୨୮ରେ ବାମରାରେ ୧୨ଘଣ୍ଟିଆ ବନ୍ଦ ପାଳନ ସହ ଆଗାମୀ ନିର୍ବାଚନରେ ଅଞ୍ଚଳବାସୀଙ୍କ ପକ୍ଷରୁ ଭୋଟ ବର୍ଜନ ଚେତାବନୀ ଦିଆଯାଇଛି। ନାଗରିକ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବାମରା ନାଗରିକ କମିଟି ସଭାପତି ଦୁର୍ଗାପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ପୂର୍ତ୍ତବିଭାଗ ବଙ୍ଗଳାରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନା ମୁତାବକ ଆସନ୍ତା୨୮ ତାରିଖ ସକାଳ ୬ରୁ ସା ୬ଟା ପର୍ଯ୍ୟନ୍ତ ବାମରା ବନ୍ଦ କରାଯିବ। ଦୀର୍ଘ ଏକ ଦଶନ୍ଧିରୁ ଊଦ୍ଧର୍‌ବ ସମୟ ଧରି ସରକାରଙ୍କଠାରେ ବାମରାକୁ ଏନ୍‌ଏସି କରାଯିବାକୁ ପ୍ରସ୍ତାବ ଦିଆଯାଇଆସୁଛି। ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡ ପୂରଣ ହେଉଥିଲେ ସୁଦ୍ଧା ରାଜ୍ୟ ସରକାର ବାମରାକୁ ଉପେକ୍ଷା କରିଥିବାରୁ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏହାଛଡା ପ୍ରସ୍ତାବିତ ବାରକୋଟ-ଦେବଗଡ ନୂତନ ରେଳ ଲାଇନକୁ କୁଚିଣ୍ଡା-କେଶାଇବାହାଲ ବାମରା ରେଳ ଲାଇନ ସହ ସଂଯୋଗ କରିବା, ପୂର୍ବରୁ ବାମରାରେ ଉଚ୍ଛେଦ ହୋଇଥିବା ଟ୍ରେନ ରହଣିକୁ ପୁନଃ କାର୍ଯ୍ୟକ୍ଷମ କରିବା, ବାମରା ଷ୍ଟେଶନର ଉଭୟ ପାର୍ଶ୍ୱରେ ଅଣ୍ଡର ପାସ ନିର୍ମାଣ ଆଦି ଦାବି ଉପରେ ବୈଠକରେ ଆଲୋଚନା ହୋଇଛି।

ଉକ୍ତ ଦିନ ସ୍କୁଲ, କଲେଜ, ସରକାରୀ ବେସରକାରୀ ଅଫିସ, ବ୍ୟାଙ୍କ, ପୋଷ୍ଟ ଅଫିସ, ଦୋକାନ ବଜାର, ଯାନ ବାହନ ଚଳାଚଳ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ନାଗରିକ କମିଟି ଉପସଭାପତି ମନମୋହନ ସାହୁ, ସମ୍ପାଦକ ଜ୍ୟୋତି କୁମାର ଲାଠ, କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ଶତପଥି, ବ୍ୟବସାୟୀ ସଂଘ ସଭାପତି ମନୋଜ ଚୌଧୁରୀ, ପ୍ରମୋଦ ପାଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର, ବିଜେଡି ବ୍ଲକ ସଭାପତି ଅରବିନ୍ଦ ସାହୁ, ସନ୍ଦୀପ ଖଣ୍ଡେଲୱାଲ, ଖବରଦାତା ମନୋଜ ରାଜ ଓ ସନ୍ତୋଷ ଶୁକ୍ଳା, ସୁଶିଳ ପ୍ରସାଦ, ରମେଶ ଶର୍ମାଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri