Categories: ଖେଳ

ଜୁନିୟର କ୍ରିକେଟରେ ବ୍ୟାନ କରାଯାଉ ବାଉନ୍ସର : କନକଶନ ସ୍ପେଶାଲିଷ୍ଟ

ଲଣ୍ଡନ,୨୫।୧: ଜୁନିୟର (୧୮ ବର୍ଷରୁ କମ୍‌) କ୍ରିକେଟରେ ବାଉନ୍ସର ବ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି ଜଣେ କନକଶନ ସ୍ପେଶାଲିଷ୍ଟ। ବୋଲରଙ୍କୁ ଶର୍ଟ ପିଚ୍‌ ବଲ ପକାଇବା ଜାରି ରଖିବାର ଅନୁମତି ଦିଆଯିବା ଉଚିତ କି ନାହିଁ, ସେହି ସମ୍ପର୍କରେ କନକଶନ ସ୍ପେଶାଲିଷ୍ଟ ଓ କ୍ରିକେଟରେ ନିୟମ ତଦାରଖ କରୁଥିବା ମେରିଲେବୋନ୍‌ କ୍ରିକେଟ କ୍ଲବ (ଏମ୍‌ସିସି) ମଧ୍ୟରେ ଆଲୋଚନା ହୋଇଥିଲା।

“କିଶୋର ତଥା ଜୁନିୟର ବର୍ଗରେ ବାଉନ୍ସର ବ୍ୟାନ କରାଯିବା ଦରକାର। କନକଶନ ନିର୍ଦ୍ଧିଷ୍ଟ ଭାବେ ଯୁବ ଖେଳାଳିଙ୍କ ପାଇଁ କ୍ଷତିକାରକ। ଏହି ବୟସ ବର୍ଗରେ କନକଶନକୁ ରୋକିବାକୁ ହେଲେ ଜୁନିୟର କ୍ରିକେଟରେ ଶର୍ଟ ବଲ ଓ ବାଉନ୍ସର ବ୍ୟବହାରକୁ ରୋକିବାକୁ ପଡ଼ିବ। ଏହା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ହେଲମେଟ କେବଳ ମୁଣ୍ଡକୁ ଫ୍ରାକଚରୁ ରକ୍ଷା କରିପାରିବ, କନକଶନରୁ ନୁହେଁ। ଏହାକୁ ରୋକିବା ପାଇଁ ନିୟମରେ ପରିବର୍ତ୍ତନ ହିଁ ଏକମାତ୍ର ମାଧ୍ୟମ” ବୋଲି ଅନ୍ତର୍ଜାତୀୟ କନକଶନ ଓ ହେଡ୍‌ ଇଞ୍ଜୁରୀ ରିସର୍ଚ ଫାଉଣ୍ଡେନର ନିର୍ଦ୍ଦେଶକ ମାଇକେଲ ଟର୍ନର କହିଛନ୍ତି।

Share