ଚାଇନାକୁ ପୁଣି ଝଟ୍‌କା: ଭାରତ ପରେ ଏହି ଦେଶ ବ୍ୟାନ୍‌ କଲା ଚାଇନା ଆପ୍‌

ତାଇପେଇ,୨୦ା୮: ଭାରତ ପରେ ତାଇଓ୍ବାନ ମଧ୍ୟ ନିଜ ଦେଶର ସୁରକ୍ଷା ପାଇଁ ଚାଇନାର ଅନେକ ଆପ୍‌ ପ୍ରତି ପ୍ରତିବନ୍ଧକ ଲଗାଇଛି। ତାଇଓ୍ବାନର ଅଧିକାରୀମାନେ ଚାଇନାର ଷ୍ଟ୍ରିମିଂ ପ୍ଲାଟଫର୍ମ iQiyi ଏବଂ Tencentକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି।


ତାଇୱାନର ଅର୍ଥ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଚାଇନାର ମିଡିଆ କମ୍ପାନୀଗୁଡିକର ପ୍ରଭାବ ସହିତ ସହାୟକ କମ୍ପାନୀ ମାଧ୍ୟମରେ ଏହାର ସାମଗ୍ରୀକୁ ତାଇଓ୍ବାନକୁ ପଠାଯିବ ନାହିଁ।

ତାଇଓ୍ବାନ ଯୋଗାଯୋଗ ନିୟାମକ କହିଛନ୍ତି ଯେ, ଏହି ନିଷ୍ପତ୍ତି ପରେ ବ୍ୟକ୍ତି, କମ୍ପାନୀ ଏବଂ ଅନ୍ୟାନ୍ୟ ସଂସ୍ଥା ଚାଇନାରେ ଇଣ୍ଟରନେଟ୍‌ ମାଧ୍ୟମରେ ଆସୁଥିବା ବିଷୟବସ୍ତୁକୁ ସେପ୍ଟେମ୍ବର ୩ରୁ ଦେଶରେ ନିଷିଦ୍ଧ କରିବେ। ସେ ପର୍ଯ୍ୟନ୍ତ, ତାଇଓ୍ବାନ କମ୍ପାନୀଗୁଡ଼ିକୁ ସେମାନଙ୍କର ତଥ୍ୟ ସୁରକ୍ଷିତ କରିବାକୁ ସମୟ ଦିଆଯାଇଛି। ଯାହା ଚାଇନାର କମ୍ପାନୀମାନଙ୍କ ସହଯୋଗରେ କାମ କରୁଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, ଏହି ପ୍ଲାଟଫର୍ମ ସର୍ଭର ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନା ସଂଗ୍ରହ କରିପାରେ ଏବଂ ମୋବାଇଲ କିମ୍ବା ଉପଭୋକ୍ତା ସୂଚନା ସୁରକ୍ଷା ପ୍ରୋଟୋକଲଗୁଡିକ ଭାଙ୍ଗିପାରେ। ଆପ ଫୋନ୍‌ ସୁରକ୍ଷାକୁ କ୍ରାକ୍‌ କରି ବ୍ୟକ୍ତିଗତ ତଥ୍ୟ ଚୋରି କରିବାରେ ସକ୍ଷମ ହୋଇପାରିବ। ତେଣୁ ଏପରି ପଦକ୍ଷେପ ନିଆଯାଇଛି।

Share