ନୂଆଦିଲ୍ଲୀ,୧୪ ।୧୧: ରାଜଧାନୀ ଦିଲ୍ଲୀରେ ବିଏସ୍-୩ ପେଟ୍ରୋଲ ଓ ବିଏସ-୪ ଡିଜେଲ ଗାଡି ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଛି । ଏହାଦ୍ୱାରା ରାଜଧାନୀରେ ପଞ୍ଜିକୃତ ପ୍ରାୟ ୫ ଲକ୍ଷ ଗାଡି ମାଲିକଙ୍କୁ ଆଶ୍ୱସ୍ତି ମିଳିଛି । ବାୟୁ ପ୍ରଦୂଷଣ ସ୍ତର ଅତି ଗମ୍ଭିର ହେବାରୁ କେନ୍ଦ୍ରୀୟ ବାୟୁ ଗୁଣବତ୍ତା ଅୟୋଗ(ସିଏକ୍ୟୁଏମ)ର ନିର୍ଦ୍ଦେଶ ଅନୁସାରେ ଏସବୁ ଗାଡ଼ି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।
ଦିଲ୍ଲୀ ସରକାରଙ୍କ ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୋମବାରଠାରୁ ବିଏସ-୩ ପେଟ୍ରୋଲ ଓ ବିଏସ-୪ ଡିଜେଲ ଗାଡ଼ି ଚାଲିପାରିବ । ତେବେ ପ୍ରତିବନ୍ଧକ ଲଗାଯିବା ପରଠାରୁ ଲଗାତାର ଭାବେ ଟ୍ୟାକ୍ସି ୟୁନିୟନ ପକ୍ଷରୁ ଏହି ପ୍ରତିବନ୍ଧକକୁ ହଟାଇବାକୁ ସରକାରଙ୍କ ନିକଟରେ ଦାବି ହୋଇ ଆସୁଥିଲା । ସୂଚନାଯୋଗ୍ୟ, ଦିଲ୍ଲୀରେ ୫ ଲକ୍ଷରୁ ଅଧିକ ବିଏସ-୩ ପେଟ୍ରୋଲ ଓ ବିଏସ-୪ ଡିଜେଲ ଗାଡି ପଞ୍ଜିକୃତ ହୋଇଛି ।