Posted inଜାତୀୟ

ବାଲ୍ୟ ବିବାହ ଉପରେ ଅଙ୍କୁଶ: ଆଗାମୀ ୧୦ ଦିନରେ ହେବେ ୩ ହଜାର ଗିରଫ, ବିଶ୍ୱ ଶର୍ମାଙ୍କ ନିର୍ଦ୍ଦେଶ…

ଗୁଆହାଟୀ,୧୧।୯ : ଆସାମରେ ବାଲ୍ୟ ବିବାହରେ ସମ୍ପୃକ୍ତ ଥିବା ୩ ହଜାର ଲୋକଙ୍କୁ ଗିରଫ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଚେତାବନୀ ଦେଇଛନ୍ତି। ଭାଜପା ମହିଳା ମୋର୍ଚ୍ଚାର ୨ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକର ସମାପ୍ତ ସମାରୋହରେ ସିଏମ ଶର୍ମା ଏହା କହିଛନ୍ତି। ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ ଏବଂ ଆସନ୍ତା ୧୦ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ କରିବାକୁ ସେ ତୃତୀୟ ଜି -୨୦ ଶିଖର ସମ୍ମିଳନୀର ସମାପ୍ତିକୁ ଅପେକ୍ଷା କରିଥିଲେ।

ଆସାମ ପୋଲିସ ଫେବୃଆରୀ ୨୦୨୩ ରେ ୨ ହଜାରରୁ ଅଧିକ ଲୋକଙ୍କୁ ବାଲ୍ୟ ବିବାହରେ ସମ୍ପୃକ୍ତି ଥିବାରୁ ଗିରଫ କରିଥିଲା। ଏହି କାର୍ଯ୍ୟକ୍ରମରେ ସିଏମ ଶର୍ମା କହିଛନ୍ତି ଛଅ ମାସ ପୂର୍ବେ ଆସାମରେ ବାଲ୍ୟ ବିବାହ ମାମଲାରେ ୫ ହଜାର ଲୋକଙ୍କୁ ଗିରଫ କରାଯାଇଥିଲା। ସେ କହିଛନ୍ତି ଯଦି ଏହି ସାମାଜିକ ବିପଦ ଜାରି ରହେ ତେବେ ଏକ ନିର୍ଦ୍ଦିଷ୍ଟ ବର୍ଗର ଝିଅମାନେ କଦାପି ଅଗ୍ରଗତି କରିପାରିବେ ନାହିଁ।

ସେ ଲୋକଙ୍କୁ ମନେ ପକାଇ ଦେଇଛନ୍ତି ବାଲ୍ୟ ବିବାହ ଉପରେ କଟକଣା ଆରମ୍ଭ କରିଥିବା ଭାଜପା ତିନ ତଲାକ ବିରୋଧରେ ଆଇନ ଆଣିଛି ଏବଂ ବହୁବିବାହକୁ ବନ୍ଦ କରିବାକୁ ଉଦ୍ୟମ କରୁଛି। ସେ କହିଛନ୍ତି ଲୋକମାନେ ଭାଜପାକୁ ମୁସଲମାନ ବିରୋଧୀ ବୋଲି ବ୍ରାଣ୍ଡ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ବାସ୍ତବରେ ଏହା କଂଗ୍ରେସ ସରକାର ଅପେକ୍ଷା ମୁସଲମାନମାନଙ୍କ ପାଇଁ ଅଧିକ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମନମୋହନ ସିଂଙ୍କର ଏହି ଗୋଟିଏ ଇଚ୍ଛା ରହିଗଲା ଅଧୁରା…

ନୂଆଦିଲ୍ଲୀ,୨୭।୧୨: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂଙ୍କର ଗୁରୁବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ହୋଇଥିଲା। କେନ୍ଦ୍ର...

ମନମୋହନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଛି ସାରାଦେଶ, ଆମେରିକାରୁ ଝିଅର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା

ନୂଆଦିଲ୍ଲୀ,୨୭ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ୯୨ ବର୍ଷ ବୟସରେ ହୋଇଛି। ଗୁରୁବାର ସେନାଧ୍ୟରେ ତାଙ୍କର ଛତା ଚାଲିଯିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ...

ଜଣେ ମାର୍ଗଦର୍ଶକଙ୍କୁ ହରାଇଲି: ରାହୁଲ

ନୂଆଦିଲ୍ଲୀ,୨୭ା୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ପରଲୋକ ହୋଇଛି। ମନମୋହନଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ...

୧୧୭ ଥର ପ୍ରେସ୍‌ କନ୍‌ଫରେନ୍ସ କରିଥିଲେ ମନମୋହନ

ନୂଆଦିଲ୍ଳୀ,୨୭।୧୨: ୨୦୧୪ ଜାନୁଆରୀ ୩ରେ ଡ. ମନମୋହନ ସିଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶେଷ ପ୍ରେସ୍‌ କନ୍‌ଫରେନ୍ସରେ କରିଥିଲେ। ୧୦୦ରୁ ଅଧିକ ଖବରଦାତା ଏହି ପ୍ରେସ୍‌...

୧୩ ହଜାର ଦରମା, ଗର୍ଲଫ୍ରେଣ୍ଡଙ୍କୁ ୪ ବିଏଚ୍‌କେ ଫ୍ଲାଟ୍‌ ଉପହାର ଦେଲେ ଯୁବକ: ଜାଣନ୍ତୁ କେମିତି

ମୁମ୍ବାଇ, ୨୭ା୧୨:ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜୀନଗର ବାସିନ୍ଦା ହର୍ଷଲ କୁମାର କ୍ଷୀରସାଗର(୨୩) ମାସିକ ୧୩ ହଜାର ଟଙ୍କା ରୋଜଗାର କରୁଥିବାବେଳେ ୨୧ କୋଟି ୫୯ ଲକ୍ଷ ଟଙ୍କାର...

ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ରଚୁଛି ଚାଇନା: ଏଲ୍‌ଏସିରେ କରୁଛି ଏମିତି କାମ

ନୂଆଦିଲ୍ଲୀ,୨୭ା୧୨:ଲଦାଖରୁ ସୈନ୍ୟ ପ୍ରତ୍ୟାହାର ଏବଂ ସୀମାରେ ଉତ୍ତେଜନା ହ୍ରାସକୁ ଭାରତ ଓ ଚାଇନା ପ୍ରାଥମିକତା ଦେଉଥିବା କହୁଛନ୍ତି। କିନ୍ତୁ ଏନେଇ ବେଜିଂ ଟାଳଟୁଳ ନୀତି ଅବଲମ୍ବନ...

ମନମୋହନ ସିଂଙ୍କ ପରଲୋକରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ,୨୭ା୧୨:ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମ୍ମାନରେ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମନମୋହନଙ୍କୁ...

ମନମୋହନଙ୍କ କାର୍ଯ୍ୟକାଳରେ ଚର୍ଚ୍ଚିତ ବିବାଦ

ନୂଆଦିଲ୍ଲୀ,୨୬ା୧୨: ସରଳତାରେ ପରିପୂର୍ଣ୍ଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳରେ ଅନେକ ବଡ ଉପଲବ୍ଧି ହାସଲ କରିଥିବା ବେଳେ କିଛି ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri