Categories: ଜାତୀୟ

ଚାଇନିଜ ମାଞ୍ଜା ଉପରେ ପ୍ରତିବନ୍ଧକ, ଉଲ୍ଲଂଘନ କଲେ ଜରିମାନା…

ଚେନ୍ନାଇ,୧।୧୧ : ତାମିଲନାଡୁ ସରକାର ଏକ ବିଜ୍ଞପ୍ତି ଜାରି କରି ରାଜ୍ୟରେ ନାଇଲନ ସୂତା ଏବଂ ଚାଇନିଜ ମାଞ୍ଜା ଉତ୍ପାଦନ ତଥା ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜାରି କରାଯାଇଥିବା ବିଜ୍ଞପ୍ତିରେ ତାମିଲନାଡୁ ସରକାର ଦର୍ଶାଇଛନ୍ତି ଏହି ମାଞ୍ଜା ମଣିଷ ଏବଂ ପ୍ରାଣୀମାନଙ୍କ ପାଇଁ ବିପଜ୍ଜନକ ଅଟେ। ବେଳେବେଳେ ଏହା ଯୋଗୁ ଗୁରୁତର ଆଘାତ ହେବା ସହିତ ମୃତ୍ୟୁ ମଧ୍ୟ ଘଟିିଥାଏ ।

ପରିବେଶ, ପାଣିପାଗ ଏବଂ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁପ୍ରିୟା ସାହୁ ଏହି ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରିଛନ୍ତି। ସେ କହିଛନ୍ତି ପ୍ରତିବନ୍ଧକ ଉଲ୍ଲଂଘନ କଲେ ପରିବେଶ ସୁରକ୍ଷା ଅଧିନିୟମ, ୧୯୮୬ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଦଣ୍ଡିତ ହେବେ। ତାଙ୍କ ଉପରେ ଜରିମାନା ଲାଗୁ ହେବ। ୨୦୧୭ ରେ, ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ ଗୁଡ଼ି ଉଡ଼ାଇବାରେ ଚାଇନିଜ ମାଞ୍ଜା ଏବଂ ଅନ୍ୟାନ୍ୟ ନାଇଲନ ସୂତା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଥିଲେ।

Share