Categories: ଜାତୀୟ

ଜମ୍ମୁ-କଶ୍ମୀରର ୩୩ ନେତାଙ୍କୁ ବିଦେଶ ଯିବା ମନା

ନୂଆଦିଲ୍ଲୀ,୧୪ ।୧୧: ଜମ୍ମୁ-କଶ୍ମୀରର ୩୩ ଜଣ ନେତାଙ୍କ ବିଦେଶ ଗସ୍ତ ଉପରେ ଅଙ୍କୁଶ ଲଗାଯାଇଛି । ଏହାସହ ନ୍ୟାଶନାଲ କନଫରେନ୍ସର ପୂର୍ବତନ ବିଧାୟକ ଅହମ୍ମଦ ୱାନି ଦୁବଇ ଗସ୍ତ କରୁଥିବା ସମୟରେ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଅଟକାଇ ଦିଆଯାଇଥିବା ସୂଚନା ମଧ୍ୟ ମିଳିଛି । ଅଧିକାରୀଙ୍କ କହିବା କଥା ହେଲା ତାଙ୍କୁ ବିଦେଶ ଯାତ୍ରାର ଅନୁମତି ନାହିଁ । ଭିନ୍ନ ଭିନ୍ନ ଦଳର ନେତାଙ୍କୁ ବିଦେଶ ଯିବାକୁ ଅନୁମତି ଦିଆଯାଇ ନ ଥିବା ବେଳେ ଏମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡା. ଫାରୁକ ଅବଦୁଲ୍ଲା, ଉମର ଅବଦୁଲ୍ଲ୍‌ା, ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କ ନାମ ନ ଥିବା ଜଣାଡିଛି । ଅହମ୍ମଦ ୱାନି କହିଛନ୍ତି ଯେତେବେଳେ ଦିଲ୍ଲୀ ବିମାନ ବନ୍ଦରରୁ ସେ ଦୁବାଇ ଯାତ୍ରା କରିବା ସମୟରେ ତାଙ୍କୁ ବିମାନ ବନ୍ଦରରୁ ଏକ କୋଠରିକୁ ନିଆଯାଇଥିଲା ସେତେବେଳେ ସେ ଭାବିଥିଲେ ହୁଏତ ତାଙ୍କ ପାସପୋର୍ଟରେ କିଛି ସମସ୍ୟା ରହିଛି । ହେଲେ ସେଠାରେ ପ୍ରାୟ ତାଙ୍କୁ ୩ ଘଣ୍ଟା ରଖାଯିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା । ଅଧିକାରୀମାନେ କହିଥିଲେ କି ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ତାଙ୍କୁ ବିଦେଶ ଗସ୍ତର ଅନୁମତି ନାହିଁ । ଏହାପରେ ତାଙ୍କୁ ପାସପୋର୍ଟ ଫେରାଇ ଦିଆଯାଇଥିଲା । ହେଲେ ସେତେବେଳେକୁ ତାଙ୍କ ପରିବାର ସଦସ୍ୟ ଦୁବଇ ଉଡି ସାରିଥିଲେ ।

Share