Categories: ଜାତୀୟ

ସାରା ଦେଶରେ ଆଜିଠାରୁ ବନ୍ଦ ସିଙ୍ଗଲ ୟୁଜ ପ୍ଲାଷ୍ଟିକ

ନୂଆଦିଲ୍ଲୀ,୧ ।୭: ସାରା ଦେଶରେ ଶୁକ୍ରବାର ଅର୍ଥାତ୍ ଜୁଲାଇ ପହିଲାରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବସ୍ତୁର ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗାଯାଇଛି । ପ୍ଲାଷ୍ଟିକ ଆବର୍ଜନା ପ୍ରବନ୍ଧନ ନିୟମ ଆଧାରରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ପାଖାପାଖି ୧୯ଟି ବସ୍ତୁ ଉପରେ ଏହି ପ୍ରତିବନ୍ଧକ ଲଗାଯାଇଛି । ଏଥିରେ ରହିଛି ଥର୍ମୋକୁଲରେ ପ୍ରସ୍ତୁତ ପ୍ଲେଟ, କପ, ଗ୍ଲାସ, କଣ୍ଟା ଚମାଚ, ଛୁରି, ଗିନା, ଟ୍ରେ, ମିଠା ଡବାରେ ଦିଆଯାଇଥିବା ଫିଲ୍ମ, ନିମନ୍ତ୍ରଣ କାର୍ଡ, ସିଗାରେଟ ପ୍ୟାକେଟର ଫିଲ୍ମ, ପ୍ଲାଷ୍ଟିକ ପତାକା, ବେଲୁନରେ ବ୍ୟବହାର ହେଉଥିବା କାଠି ଓ ଆଇସକ୍ରିମରେ ଲାଗୁଥିବା ଷ୍ଟିକ, କ୍ରିମ, କ୍ୟାଣ୍ଡି ଷ୍ଟିକ ଓ ୧୦୦ ମାଇକ୍ରୋନରୁ କମ୍ ବ୍ୟାନର ।

ଅଗଷ୍ଟ ୨୦୨୧ର ଅଧିସୂଚନା ନିୟମ ଓ ୨୦୨୨ରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବା ଏକକ ବ୍ୟବହାର ପ୍ଲାଷ୍ଟିକକୁ ଶେଷ କରିବାକୁ ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ପ୍ଲାଷ୍ଟିକ କ୍ୟାରି ବ୍ୟାଗର ମୋଟେଇକୁ ୭୫ ମାଇକ୍ରନରୁ ବଢାଇ ୧୨୦ ମାଇକ୍ରନ୍ କରାଯିବ । ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ଶେଷ କରିବାକୁ ମୋଟା କ୍ୟାରିବ୍ୟାଗକୁ ବ୍ୟବହାର ପାଇଁ ଅନୁମତି ମିଳିବ । ଏହି ନିଷେଧାଦେଶକୁ କାର୍ଯ୍ୟକାରୀ କରିବାକୁ ଜାତୀୟ ତଥା ରାଜ୍ୟ ସ୍ତରରେ ନିୟନ୍ତ୍ରଣ କକ୍ଷ ଗଠନ କରାଯିବ ଏବଂ ବେଆଇନ ଉତ୍ପାଦନ, ଆମଦାନୀ, ବଣ୍ଟନ, ନିଷିଦ୍ଧ ପ୍ଲାଷ୍ଟିକ ସାମଗ୍ରୀର ବିକ୍ରି ଯାଞ୍ଚ ପାଇଁ ଅଧିକାରୀଙ୍କ ଏକ ଟିମକୁ ଦାୟିତ୍ୱ ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Share