ନୂଆଦିଲ୍ଲୀ,୩।୭: କରୋନା ଭାଇରସର ସଂକ୍ରମଣକୁ ଦେଖି ଡିଜିସିଏ ପକ୍ଷରୁ ଭାରତକୁ ଆସୁଥିବା ଓ ଭାରତରୁ ବିଦେଶକୁ ଯାଉଥିବା ସମସ୍ତ ଇଣ୍ଟରନ୍ୟାଶନାଲ କମର୍ସିଆଲ ଫ୍ଲାଇଟର ଉଡାଣକୁ ରଦ୍ଦ କରି ଦିଆଯାଇଛି। ଶୁକ୍ରବାର ଜାରି କରାଯାଇଥିବା ଏହି ସୂଚନା ଅନୁଯାୟୀ, ଭାରତରେ ବେଳକୁ ବେଳ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହ ମଧ୍ୟ ସ୍ପଷ୍ଟ କରାଯାଇଛି କି ଇଣ୍ଟରନ୍ୟାଶନାଲ କାର୍ଗୋ ଓ ଡିଜିସିଏ ପକ୍ଷରୁ ଯେଉଁ ଉଡାଣକୁ କୋହଳ କରାଯାଇଛି ସେମାନଙ୍କ ପାଇଁ ଏହା ଲାଗୁ କରାଯିବ ନାହିଁ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଇଣ୍ଟରନ୍ୟାଶନାଲ କମର୍ସିଆଲ ଫ୍ଲାଇଟର ଉଡାଣ ୧୫ ଜୁଲାଇ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା। ଏବେ ଏହା ୩୧ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।