Categories: ଜାତୀୟ

ନୁହରେ ଇଣ୍ଟରନେଟ-ଏସଏମଏସ ସେବା ଉପରେ ପ୍ରତିବନ୍ଧକ ଅଗଷ୍ଟ ୮ ପର୍ଯ୍ୟନ୍ତ ବୃଦ୍ଧି

ଚଣ୍ଡିଗଡ,୬।୮: ନୁହ ହିଂସା ପରେ ଶାନ୍ତି ଫେରିଛି। କର୍ଫ୍ୟୁ ଏବେ ମଧ୍ୟ ସେଠାରେ ଅଛି। ଏଥିସହ ସରକାର ମୋବାଇଲ ଇଣ୍ଟରନେଟ ସେବା, ବଲ୍କ ଏସଏମଏସ ଏବଂ ସମସ୍ତ ଡଙ୍ଗଲ ସେବା ଇତ୍ୟାଦି ଉପରେ ପ୍ରତିବନ୍ଧକକୁ ୮ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷରେ ହିନ୍ଦୁ ସମାଜର ମହାପଞ୍ଚାୟତ ପୂର୍ବରୁ ଗୁରୁଗ୍ରାମର ତିଘର ଗ୍ରାମରେ କଡ଼ା ସୁରକ୍ଷା ବଳ ନିୟୋଜିତ କରାଯାଇଛି।
ନୁହରେ ସୋମବାରଠାରୁ ଆରମ୍ଭ ହୋଇଥିବା ସଂଘର୍ଷ ଗୁରୁଗ୍ରାମ, ସୋହନା ଏବଂ ଅନ୍ୟ ନିକଟବର୍ତ୍ତୀ ଅଞ୍ଚଳକୁ ବ୍ୟାପିଯାଇଛି। ହିଂସା ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପୋଲିସ ୧୭୬ ଜଣଙ୍କୁ ଗିରଫ କରିଛି। ସୋମବାର ବିଶ୍ୱହିନ୍ଦୁ ପରିଷଦର ଧର୍ମୀୟ ଶୋଭାଯାତ୍ରାକୁ ଗୋଟିଏ ସମ୍ପ୍ରଦାୟର ଲୋକେ ଅଟକାଇବା ପରେ ସଂଘର୍ଷର ସୂତ୍ରପାତ ହୋଇଥିଲା।

Share