ଅଣ ବାସ୍‌ମତି ଚାଉଳ ରପ୍ତାନି ଉପରୁ କଟକଣା ହଟିଲା

ଭୁବନେଶ୍ୱର,୨୯।୯(ଅନୁରାଧା ମହାରଣା): ଅଣ ବାସ୍‌ମତି ଚାଉଳ ରପ୍ତାନି ଉପରେ କେନ୍ଦ୍ର ସରକାର ଲଗାଇଥିବା କଟକଣା ଶନିବାର ହଟାଇଦିଆଯାଇଛି। ତେବେ ଟନ୍‌ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ (ଏମ୍‌ଇପି) ୪୯୦ ଡଲାର ଲାଗୁ କରାଯାଇଛି। ଘରୋଇ ଯୋଗାଣ ବଢ଼ାଇବା ପାଇଁ ୨୦୨୩ ଜୁଲାଇ ୨୦ରେ ଅଣ ବାସ୍‌ମତି ଚାଉଳ ରପ୍ତାନି ଉପରେ କଟକଣା ଲଗାଯାଇଥିଲା। ଅଣ-ବାସ୍‌ମତି ଧଳା ଚାଉଳ କ୍ଷେତ୍ରରେ ରପ୍ତାନି ନୀତିରେ ସଂଶୋଧନ କରାଯାଇଥିବା ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ଏକ ବିଜ୍ଞପ୍ତିରେ କହିଛି। ଏହାସହ ସରକାର ଉଷୁନା ଚାଉଳ ଉପରେ ରପ୍ତାନି ଶୁଳ୍କକୁ ୨୦% ରୁ ୧୦% କୁ ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରେ କୃଷକମାନେ ନୂତନ ଫସଲ ଅମଳ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଏହି ନିଷ୍ପତ୍ତି ନିଆଯାଇଛି। ରପ୍ତାନି ଶୁଳ୍କ ହ୍ରାସ ଭାରତର ରପ୍ତାନି ମୂଲ୍ୟ ହ୍ରାସ କରିବା ସହ ପରିବହନ ପରିମାଣ ବୃଦ୍ଧି କରିବ ଏବଂ ଥାଇଲାଣ୍ଡ, ଭିଏଟ୍‌ନାମ, ପାକିସ୍ତାନ ଏବଂ ମ୍ୟାନ୍‌ମାର ଭଳି ପ୍ରତିନ୍ଦ୍ୱନ୍ଦ୍ୱୀ ଦେଶକୁ ମଧ୍ୟ ଏହାର ମୂଲ୍ୟ ହ୍ରାସ କରିବାକୁ ବାଧ୍ୟ କରିବ ବୋଲି ଆଶା କରାଯାଉଛି। ୨୦୨୩ ମସିହାରେ ଭାରତ ସାଧାରଣ ବୃଷ୍ଟିପାତ ହେତୁ ଫସଲ ନଷ୍ଟ ଯୋଗୁ ଉଷୁନା ଚାଉଳ ଉପରେ ୨୦% ରପ୍ତାନି ଶୁଳ୍କ ଲାଗୁ କରିଥିଲା। ବ୍ରାଉନ ରାଇସ୍‌ ଏବଂ ଧାନ ଉପରେ ରପ୍ତାନି ଶୁଳ୍କକୁ ୧୦% କୁ ହ୍ରାସ କରିବାକୁ ସରକାର ନିକଟରେ ଘୋଷଣା କରିଛନ୍ତି ଏବଂ ଏହା ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷେ ଟପିଲା ରୁପା ଦର

ଭୁବନେଶ୍ୱର,୨୮।୯: (ଅଭୟ ଦାଶ): ପାର୍ବଣ ପୂର୍ବରୁ ପାରମ୍ପରିକ ଅଳଙ୍କାରଠାରୁ ମୂଲ୍ୟବାନ୍‌ ଗହଣାର ଦାମ୍‌ ରେକର୍ଡସ୍ତରରେ ପହଞ୍ଚତ୍ଛି। ଏପରିକି ଉଭୟ ଜାତୀୟ ଓ ଘରୋଇ ବଜାରରେ ସୁନା ଦର...

ଖସିଲା ଶେୟାର ବଜାର

ନୂଆଦିଲ୍ଲୀ,୨୮।୯: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର...

ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ

ଭୁବନେଶ୍ୱର,୨୮।୯: ବେଦାନ୍ତ ଆଲୁମିନିୟମର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପିଲାମାନଙ୍କ ପାଇଁ ପୋଷଣକୁ ପ୍ରୋତ୍ସାହିତ କରିବା ଦିଗରେ ଏହି ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ...

ଏଲ୍‌ ଆଣ୍ଡ ଇଏମ୍‌ ସହ ଆମାଜନ୍‌ର ବୁଝାମଣା

ଭୁବନେଶ୍ୱର,୨୮।୯: ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ (ଏଲ୍‌ ଆଣ୍ଡ ଇଏମ୍‌) ଏବଂ ଆମାଜନ୍‌ ଇଣ୍ଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ପ୍ଲାଟ୍‌ଫର୍ମ...

ଏନ୍‌ଭିସିଏଲ୍‌ର ନୁଭୋ ମାସୋନ ଶୁଭାରମ୍ଭ

ଭୁବନେଶ୍ୱର,୨୮।୯: ନୁଭୋକୋ ଭିସ୍ତାସ କର୍ପୋରେଶନ ଲିମିଟେଡ୍‌ (ଏନ୍‌ଭିସିଏଲ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ନୁଭୋ ମାସୋନ’ର ଶୁଭାରମ୍ଭ ପଶ୍ଚିମବଙ୍ଗର ପାନାଗଡ଼ଠାରେ ହୋଇଯାଇଛି। ଏପରିକି କମ୍ପାନୀର କର୍ପୋରେଟ ସୋସିଆଲ ରେସ୍‌ପନ୍ସବିଲିଟି...

Flipkart BBD Sale vs Amazon Great Indian Sale 2024: କେଉଁ ସେଲ୍‌ରେ ମିଳୁଛି ଭଲ ଅଫର୍‌, ଇଲେକ୍ଟ୍ରୋନିକ୍ସ-ଘରୋଇ ସାମଗ୍ରୀରେ ଏତେ ଡିସକାଉଣ୍ଟ…

ନୂଆଦିଲ୍ଲୀ,୨୭।୯: ପାର୍ବଣ ଋତୁ ଆରମ୍ଭ ହେବା ସହିତ ଭାରତର ଦୁଇଟି ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଏବଂ ଆମାଜନ ସବୁଠାରୁ ବଡ଼ ସେଲ୍‌ ଆରମ୍ଭ ହୋଇଛି।...

Flipkart Sale: ଶସ୍ତାରେ ମିଳୁଛି ଆଇଫୋନ୍‌ ୧୫ ପ୍ରୋ, ୩୦ହଜାର ଯାଏ ହେବ ସଞ୍ଚୟ!

ନୂଆଦିଲ୍ଲୀ,୨୭।୯: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଭାରତର ଦୁଇଟି ବଡ ଇ-ବାଣିଜ୍ୟ କମ୍ପାନୀ ଯଥା ଫ୍ଲିପକାର୍ଟ ଏବଂ ଆମାଜନ ନିଜ ନିଜ ପ୍ଲାଟଫର୍ମରେ ଫେଷ୍ଟିଭାଲ ସେଲ୍‌...

ଆଜିଓ ପ୍ଲାଟ୍‌ଫର୍ମରେ ଏଚ୍‌ ଆଣ୍ଡ ଏମ୍‌ର ଶୁଭାରମ୍ଭ

ମୁମ୍ବାଇ,୨୭।୯: ଭାରତର ପ୍ରିମିୟର ଫ୍ୟାଶନ ଇ-ଟେଲର ଆଜିଓ ପ୍ଲାଟ୍‌ଫର୍ମରେ ଫ୍ୟାଶନ ଏବଂ ଗୁଣବତ୍ତା ପାଇଁ ଜଣାଶୁଣା ପ୍ରିମିୟମ ଗାର୍ମେଣ୍ଟ ବ୍ରାଣ୍ଡ୍‌ ଏଚ୍‌ ଆଣ୍ଡ ଏମ୍‌ର ଶୁଭାରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri