ବିକ୍ରି ଉପରେ କଟକଣା, ତଥାପି ଚାଲିଥିଲା ବାଣ କାରଖାନା

ଆସିକା,୧ା୧୧(ଡି.ଏନ.ଏ.): ଆସିକା-ବ୍ରହ୍ମପୁର ୫୯ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନଳବଣ୍ଟା ଗ୍ରାମରେ ପୋଲିସ ଚଢାଉ କରି ବାଣ ପ୍ରସ୍ତୁତି କାରଖାନାରୁ ବହୁ ପରିମାଣର ବାଣ ଓ ବାରୁଦ ଜବତ କରିଛି । ଏସବୁର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। ଏହି କାରବାରରେ ପୋଲିସ ଉକ୍ତ ଗ୍ରାମର ମାଧବ ବେହେରାଙ୍କୁ ଗିରଫ କରିଛି । ଏନେଇ ଆସିକା ଥାନାରେ ଏକ ମାମଲା(ନଂ.୭୧୮/୨୧) ରୁଜୁ କରିଛି। ଏହାପୂର୍ବରୁ କାଳଷଣ୍ଢପୁର, ଖଣ୍ଡଦେଉଳି ଓ ପାଟଳିଗୁଡା ଗ୍ରାମରେ ପୋଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଘରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ବାଣ ଓ ବାରୁଦ ଜବତ କରିଥିଲା। ସୂଚନାଯୋଗ୍ୟ, ଗଞ୍ଜାମ ଜିଲାରେ ବାଣ ପ୍ରସ୍ତୁତିରେ ନଳବଣ୍ଟା ଗ୍ରାମର ଏକ ସ୍ବତନ୍ତ୍ର ପରିଚୟ ରହିଛି। ବର୍ଷସାରା ଏଠାରୁ ଜିଲା ତଥା ଜିଲା ବାହାରକୁ ଲକ୍ଷ ଲକ୍ଷ ଟଙ୍କାର ବାଣ ଯାଇଥାଏ।

Share