Posted inଜାତୀୟ

ଦୀପାବଳିରେ ବାଣ ନିଷେଧାଦେଶ କାର୍ଯ୍ୟକାରୀ ହୋଇନି

ନୂଆଦିଲ୍ଲୀ,୫ା୧୧(ପି.ଟି.): ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏହା ସତ୍ତ୍ୱେ ଦୀପାବଳି ପରେ ରାଜଧାନୀ ବିଶ୍ୱର ସବୁଠୁ ପ୍ରଦୂଷିତ ସହରରେ ପରିଣତ ହୋଇଥିବାରୁ ସୁପ୍ରିମକୋର୍ଟ ସୋମବାର ଦିଲ୍ଲୀ ସରକାର ଏବଂ ପୋଲିସ କମିଶନରଙ୍କୁ ଜବାବ ମାଗିଛନ୍ତି। ବାଣ କଟକଣାର ଅନୁପାଳନ କରାଯାଇ ନ ଥିବାରୁ ସର୍ବୋଚ୍ଚ ଅଦାଲତ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଚଳିତବର୍ଷ ବାଣ ନିଷେଧାଦେଶ କାର୍ଯ୍ୟକାରୀ କରିବାକୁ କ’ଣ ସବୁ ପଦକ୍ଷେପ ନିଆଯାଇଥିଲା ଏବଂ ଆସନ୍ତାବର୍ଷ ଏହାର ଅନୁପାଳନକୁ ସୁନିଶ୍ଚିତ କରିବା ନିମନ୍ତେ କ’ଣ ପ୍ରସ୍ତାବ ରହିଛି, ତାହା ସପ୍ତାହକ ମଧ୍ୟରେ ସତ୍ୟପାଠ ଜରିଆରେ ଜଣାଇବାକୁ ସର୍ବୋଚ୍ଚ ଅଦାଲତ ଆପ୍‌ ସରକାର ଏବଂ ଦିଲ୍ଲୀ ପୋଲିସ କମିଶନରଙ୍କୁ କହିଛନ୍ତି। ଜଷ୍ଟିସ୍‌ ଅଭୟ ଏସ୍‌. ଓକା ଏବଂ ଅଗଷ୍ଟାଇନ୍‌ ଜର୍ଜ ମସିହଙ୍କ ଖଣ୍ଡପୀଠ ବିଭିନ୍ନ ଖବରକାଗଜ ରିପୋର୍ଟ ଦେଖାଇ ଅଦାଲତଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରାଯାଇଥିବା କହିଥିଲେ। ସେହିପରି ଅକ୍ଟୋବର ମାସର ଶେଷ ୧୦ ଦିନରେ କେତେ ନଡ଼ା ପୋଡ଼ି ଘଟଣା ଘଟିଛି, ତାହାର ସବିଶେଷ ରିପୋର୍ଟ ୧୪ ତାରିଖ ସୁଦ୍ଧା ଦେବା ନିମନ୍ତେ ଖଣ୍ଡପୀଠ ପଞ୍ଜାବ ଓ ହରିୟାଣା ସରକାରଙ୍କୁ କହିଛନ୍ତି। ବାଣ ନିଷେଧାଦେଶର ଉଲ୍ଲଂଘନ କରିଥିବା ବ୍ୟକ୍ତିବିଶେଷ ଓ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ରହିଛି ବୋଲି ଖଣ୍ଡପୀଠ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭେଣ୍ଟିଲେଟର୍‌ରେ ପ୍ରସିଦ୍ଧ ଗାୟିକା, ପୁଅ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୧୧: ବିହାରର ପ୍ରସିଦ୍ଧ ଲୋକ ଗାୟିକା ଶାରଦା ସିହ୍ନା ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶର ସାଧାରଣ ଲୋକଙ୍କ ହୃଦୟରେ ରାଜ୍‌ କରିଥିବା...

କୋଲକାତା ମାମଲାର ପୁନରାବୃତ୍ତି: ନିର୍ସିଂ ଛାତ୍ରୀଙ୍କୁ ହସ୍ପିଟାଲରେ ବାନ୍ଧି ବଳାତ୍କାର

କାନପୁର,୫।୧୧: କୋଲକାତାରେ ଘଟିଥିବା ବଳାତ୍କାର ମାମଲା ଭଳି ଆଉ ଏକ ଲଜ୍ଜାଜନକ ମାମଲା ମଧ୍ୟ କାନପୁରରେ ସାମ୍ନାକୁ ଆସିଛି। କଲ୍ୟାଣପୁରରେ ଅବସ୍ଥିତ ଏକ ଘରୋଇ ହସ୍ପିଟାଲର...

କାନାଡା ହିନ୍ଦୁ ମନ୍ଦିରରେ ଖଲିସ୍ତାନୀଙ୍କ ଆକ୍ରମଣ

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୫ା୧୧: କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବ୍ରାମ୍ପ୍‌ଟନ୍‌ଠାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ରବିବାର ଆକ୍ରମଣ କରିଛନ୍ତି। ସେଠାରେ ଥିବା ହିନ୍ଦୁମାନଙ୍କୁ ମାଡ଼ ମରାଯାଇଛି। ଏପରିକି...

କାର୍‌ ଭିତରେ ଖେଳୁଥିଲେ ୪ ଶିଶୁ, ଡୋର୍‌ ବନ୍ଦ କରିଦେଲେ ମାଲିକ: ଆଉ ତା’ପରେ…

ଗାନ୍ଧୀନଗର, ୪।୧୧:ଗୁଜରାଟର ଅମରେଲୀ ଜିଲା ରାନ୍ଧିୟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ କାର୍‌ ମଧ୍ୟରେ ୪ ଜଣ ଶିଶୁଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁଘଟିଛି।...

ଓଡ଼ିଶା ରାଜ୍ୟପାଳଙ୍କ ବିରୋଧରେ ନିଆଯାଉ ଦୃଢ଼ କାର୍ଯ୍ୟାନୁଷ୍ଠାନ: କାହିଁକି ଏମିତି କହିଲେ ଜୟରାମ ରମେଶ

ରାଞ୍ଚି,୪।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବାରମ୍ବାର ସାମ୍ପ୍ରଦାୟିକ ବୟାନବାଜି କରୁଥିବା ଦର୍ଶାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଲ୍‌...

କାନାଡ଼ା ସରକାରଙ୍କୁ ମୁହଁତୋଡ଼ ଜବାବ ଦେଳେ ମୋଦି: ହିନ୍ଦୁ ମନ୍ଦିର ଆକ୍ରମଣକୁ କଡ଼ା ନିନ୍ଦା

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୪ା୧୧: କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବ୍ରାମ୍ପ୍‌ଟନ୍‌ଠାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ସେଠାରେ ଥିବା ହିନ୍ଦୁମାନଙ୍କୁ ମାଡ଼ ମରାଯାଇଛି। ଏପରିକି...

୩୭୦ ଉଚ୍ଛେଦ ବିରୋଧରେ ପ୍ରସ୍ତାବକୁ ନେଇ କଶ୍ମୀର ବିଧାନସଭାରେ ଉତ୍ତେଜନା

ଶ୍ରୀନଗର,୪ା୧୧ : ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନରେ ଅନୁଚ୍ଛେଦ ୩୭୦ ବିରୋଧରେ ପ୍ରସ୍ତାବକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପିଡିପି ବିଧାୟକ ଓ୍ବାହିଦ ପାରା ସୋମବାର...

ଝାଡଖଣ୍ଡ ନିର୍ବାଚନ ପୂର୍ବରୁ ମୋଦି ଖେଳିଲେ ବଡ଼ ମାଷ୍ଟରଷ୍ଟ୍ରୋକ, ପଲଟିଯିବ ହେମନ୍ତ ସୋରେନଙ୍କ ସବୁ ଗେମ୍‌! ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୪।୧୧: ୧୩ ନଭେମ୍ବରରେ ଝାଡଖଣ୍ଡ ବିଧାନସଭା ୨୦୨୪ର ନିର୍ବାଚନ ହେବ। ଏହି ସମୟରେ ସମସ୍ତ ଦଳର ପ୍ରାର୍ଥୀ ଏବଂ ନେତାମାନେ ମଧ୍ୟ ସାଧାରଣ ସଭା ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri