Categories: ଜାତୀୟ

ଆତଙ୍କବାଦୀ ସଂଗଠନ ସିମି ଉପରେ ନିଷେଧାଦେଶ ଆଉ ୫ ବର୍ଷ ବଢ଼ିଲା

ନୂଆଦିଲ୍ଲୀ,୩୦।୧: କେନ୍ଦ୍ର ସରକାର ୟୁଏପିଏ ଆଇନ ବଳରେ ଆତଙ୍କବାଦୀ ସଂଗଠନ ଷ୍ଟୁଡେଣ୍ଟସ ଇସ୍‌ଲାମିକ୍‌ ମୁଭ୍‌ମେଣ୍ଟ ଅଫ୍‌ ଇଣ୍ଡିଆ (ସିମି) ଉପରେ ଲାଗୁ ହୋଇଥିବା ନିଷେଧାଦେଶକୁ ଆଉ ୫ ବର୍ଷ ବଢ଼ାଇଦେଇଛନ୍ତି।

ଆତଙ୍କବାଦକୁ ପ୍ରୋତ୍ସାହିତ କରିବା, ଶାନ୍ତି ଓ ସାମ୍ପ୍ରଦାୟିକ ସଦ୍‌ଭାବନା ନଷ୍ଟ କରିବା ଏବଂ ଭାରତର ସାର୍ବଭୌମତ୍ୱ, ସୁରକ୍ଷା ଓ ସଂହତି ପ୍ରତି ବିପଦ ସୃଷ୍ଟି ଭଳି କାର୍ଯ୍ୟରେ ନିୟୋଜିତ ଥିବା ସିମିକୁ ପୁଣି ୫ ବର୍ଷ ପାଇଁ ବେଆଇନ ସଂଗଠନଘୋଷଣା କରାଯାଇଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ ପୋଷ୍ଟ କରାଯାଇଛି।

Share