Categories: ଜାତୀୟ

ପ୍ରତିବନ୍ଧକ ନେଇ ରାଜନୀତି ଆରମ୍ଭ: ଆରଏସଏସକୁ ନିଷିଦ୍ଧ କରାଯାଉ, କଂଗ୍ରେସ ଏମ୍‌ପିଙ୍କ ଦାବି…

ଥିରୁଭାନନ୍ତପୁରମ୍‌, ୨୮।୯ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା ପରେ ଏବେ ଦେଶରେ ପ୍ରତିବନ୍ଧକ ରାଜନୀତି ଆରମ୍ଭ ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିଷ୍ପତ୍ତି ଉପରେ କଂଗ୍ରେସ ଏମ୍‌ପି ମଧ୍ୟ ଆରଏସଏସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି।

କେରଳର କଂଗ୍ରେସ ଏମ୍‌ପି ତଥା ଲୋକସଭାରେ ମୁଖ୍ୟ ହ୍ବିପ କୋଡିକୁନିଲ ସୁରେଶ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇବା ସମାଧାନ ନୁହେଁ। ଆମେ ମଧ୍ୟ ଆରଏସଏସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛୁ।

ଆରଏସଏସ ହିନ୍ଦୁ ସାମ୍ପ୍ରଦାୟିକତାକୁ ସାରା ଦେଶରେ ବିସ୍ତାର କରୁଛି। ପିଏଫ୍‌ଆଇ ଏବଂ ଆରଏସଏସ ସମାନ, ତେଣୁ ସରକାର ଉଭୟଙ୍କୁ ନିଷିଦ୍ଧ କରିବା ଉଚିତ। ସରକାରଙ୍କ ନିଷ୍ପତ୍ତି ଏକ ପାଖିଆ ବୋଲି ସେ କଡ଼ା ସମାଲୋଚନା କରିଛନ୍ତି।

Share