ଟିକ୍‌ଟକ୍‌ ଉପରୁ ହଟିଲା ବ୍ୟାନ୍‌

କାଠମାଣ୍ଡୁ,୨୬।୮: ଏକ ସମୟରେ ସୋସିଆଲ ମିଡିଆ ଆପ ଟିକ୍‌ଟକ୍‌ ବହୁତ ଚର୍ଚ୍ଚାରେ ଥିଲା। ଏହି ଆପକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। କିନ୍ତୁ କିଛି ଦୁର୍ଘଟଣା ପରେ ଏହାକୁ ବ୍ୟାନ୍‌ କରାଯାଇଥିଲା। ଭାରତଠାରୁ ଆରମ୍ଭ କରି ଆମେରିକାରେ ଟିକ୍‌ଟକ୍‌ ବ୍ୟାନ୍‌ କରାଯାଇଛି। କିନ୍ତୁ ନିକଟରେ ଭାରତର ପଡୋଶୀ ଦେଶ ନେପାଳ ଟିକ୍‌ଟକ୍‌ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ତେବେ କେତେକ ସର୍ତ୍ତରେ ଏହି ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି।

ନେପାଳ ସରକାର ପ୍ରାୟ ୯ ମାସ ପୂର୍ବରୁ ଟିକ୍‌ଟକ୍‌ ଉପରେ ବ୍ୟାନ ଲଗାଇଥିଲେ। ସାମାଜିକ ସୌହାର୍ଦ୍ଦ୍ୟ ଏବଂ ସଦ୍‌ଭାବନାକୁ ଭଣ୍ଡୁର କରିବା ପାଇଁ ଏହି ବ୍ୟାନ ଲାଗୁ କରାଯାଇଥିଲା। ସେଥିପାଇଁ ନେପାଳ ସରକାର ଏହି ଆପକୁ ବେଆଇନ ଘୋଷଣା କରିଥିଲେ।
ବର୍ତ୍ତମାନ ଏକ ରିପୋର୍ଟ ଅନୁଯାୟୀ, ଟିକ୍‌ଟକ୍‌ ଉପରୁ ଏହି ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଟିକ୍‌ଟକ୍‌ ସହ ଜଡିତ ତ୍ରୁଟି ସୁଧାରିବା ଏବଂ ଏହାର ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ପ୍ୟାରେଣ୍ଟ କମ୍ପାନୀ ବାଇଟେଡାନ୍ସ ନେପାଳର ଆଇନ ପ୍ରଣୟନକାରୀଙ୍କ ସହ ସହଯୋଗ କରିବାକୁ ସହମତି ପ୍ରକାଶ କରିବା ପରେ ଏହି ପ୍ରତିବନ୍ଧକ ହଟାଇ ଦିଆଯାଇଛି।
ନେପାଳର ପୂର୍ବତନ ସରକାର ଟିକ୍‌ଟକ୍‌ର ଅପବ୍ୟବହାରକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାକୁ ଦର୍ଶାଇ ସରକାର ନଭେମ୍ବରରେ ଟିକ୍‌ଟକ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ନେପାଳରେ ଟିକ୍‌ଟକ୍‌ ସହିତ ଜଡିତ ୧୬୦୦ରୁ ଅଧିକ ସାଇବର ଅପରାଧ ପ୍ରାୟ ୪ ବର୍ଷ ମଧ୍ୟରେ ପଞ୍ଜିକୃତ ହୋଇଥିଲା। ସେଥିପାଇଁ ସୁରକ୍ଷା କାରଣରୁ ନେପାଳ ସରକାର ଏହି ଆପକୁ ବ୍ୟାନ୍‌ କରିଥିଲେ।
ପାକିସ୍ତାନ ବ୍ୟାନକୁ ପ୍ରାୟ ୪ ଥର ବ୍ୟାନ୍‌ କରିଛି। କିନ୍ତୁ ପୁନର୍ବାର ଏଥିରେ ଥିବା ବ୍ୟାନ୍‌କୁ ହଟାଇ ଦିଆଯାଇଛି। ଚାଇନାରେ ବ୍ୟାନ ଉପରେ ଆଂଶିକ ବ୍ୟାନ ରହିଛି। ଏହାର କେତେକ ବୈଶିଷ୍ଟ୍ୟ ମଧ୍ୟ ଏଠାରେ ବ୍ୟାନଏହା ବ୍ୟତୀତ ଇଣ୍ଡୋନେସିଆରେ ଟିକଟୋକର କିଛି ବୈଶିଷ୍ଟ୍ୟ ବ୍ୟାନ, ଯାହାକି ସରକାରୀ ନିୟମ ବିରୋଧ ଅଟେ।

Share