ସ୍କୁଲରେ ସ୍ମାର୍ଟଫୋନ୍‌ ନିଷିଦ୍ଧ କରାଯାଉ: ୟୁନେସ୍କୋ

ଲଣ୍ଡନ,୨୭।୭: ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ର ସ୍ମାର୍ଟଫୋନ୍‌ ବ୍ୟବହାର କରିବା ଦ୍ୱାରା ଶ୍ରେଣୀଗୃହରେ ସେମାନଙ୍କ ପାଠପଢ଼ା ବ୍ୟାହତ ହେଉଛି। ଏହାକୁ ଦୂର କରି ଶିକ୍ଷାରେ ଉନ୍ନତି ଆଣିବା ଏବଂ ପିଲାଙ୍କୁ ଅନ୍‌ଲାଇନ ଠକାମିରୁ ସୁରକ୍ଷା ଦେବା ନିମନ୍ତେ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ ନିଷିଦ୍ଧାଦେଶ ଜାରି କରିବା ପାଇଁ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ସୁପାରିସ କରାଯାଇଛି।
ଜାତିସଂଘର ଶିକ୍ଷା, ବିଜ୍ଞାନ ଏବଂ ସଂସ୍କୃତି ଏଜେନ୍ସି ‘ୟୁନେସ୍କୋ’ ପକ୍ଷରୁ କୁହାଯାଇଛି ଯେ, ଅତ୍ୟଧିକ ମୋବାଇଲ୍‌ ଫୋନ୍‌ ବ୍ୟବହାର ଯୋଗୁ ପିଲାଙ୍କ ଶିକ୍ଷାଗତ ପ୍ରଦର୍ଶନ ହ୍ରାସ ପାଉଛି। ଅଧିକ ସମୟ ଧରି ମୋବାଇଲ ଫୋନ୍‌ ଧରି ବସିଲେ ପିଲାମାନଙ୍କ ମାନସିକ ସ୍ଥିରତା ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ସ୍ମାର୍ଟଫୋନ୍‌ ଏବଂ କୃତ୍ରିମ ବୃଦ୍ଧିମତ୍ତା (ଏଆଇ) ସମେତ ଡିଜିଟାଲ ଟେକ୍ନୋଲୋଜିକୁ ଶିକ୍ଷାର ‘ମାନବକୈନ୍ଦ୍ରିକ ଦୂରଦୃଷ୍ଟି’ରେ ଅତ୍ୟଧିକ ଗୁରୁତ୍ୱ ଦେବା ଅନୁଚିତ। ଶିକ୍ଷକଙ୍କ ଦ୍ୱାରା ମୁହଁାମୁହିଁ ପାଠପଢ଼ାର ଏହା ବିକଳ୍ପ ନୁହେଁ। ପ୍ରତ୍ୟେକ ପରିବର୍ତ୍ତନରେ ବିକାଶସାଧିତ ହୋଇ ନ ଥାଏ। ପ୍ରଯୁକ୍ତିର ବିକାଶ ଯୋଗୁ ଟେକ୍ନୋଲୋଜି ଉପରେ ମଣିଷ ଅତ୍ୟଧିକ ନିର୍ଭରଶୀଳ ନ ହୋଇ ନିଜସ୍ବ ଉଦ୍ୟମ ଜାରି ରଖିବା ଉଚିତ ବୋଲି ଏହି ରିପୋର୍ଟ ରେଖାଙ୍କିତ କରିଛି। ଏଥିସହ ଶିକ୍ଷାର ସାମାଜିକ ଦିଗ ଉପରେ ଗୁରୁତ୍ୱ ଦେବା ପାଇଁ ନୀତି ପ୍ରଣୟନକାରୀମାନଙ୍କୁ ୟୁନେସ୍କୋ ସତର୍କ କରାଇଛି। ଡିଜିଟାଲ ବିପ୍ଳବରେ ଅମାପ ସମ୍ଭାବନା ରହିଛି। କିନ୍ତୁ ସମାଜରେ ଏହାକୁ ନିୟନ୍ତ୍ରଣ କରି ଶିକ୍ଷାରେ ଏହାର ଉପଯୋଗକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ୟୁନେସ୍କୋ ମହାନିର୍ଦ୍ଦେଶକ ଅଡ୍ରେ ଅଜୌଲେ ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି, ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର ଶିକ୍ଷା, ଅନୁଭୂତିକୁ ତ୍ୱରାନ୍ବିତ କରିବା ଏବଂ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ମଙ୍ଗଳ ପାଇଁ ବ୍ୟବହାର କରାଯିବା ଜରୁରୀ। କିନ୍ତୁ ତାହା ସେମାନଙ୍କ କ୍ଷତିସାଧନ ନ କରୁ। ଶିକ୍ଷାର୍ଥୀଙ୍କ ଆବଶ୍ୟକତାକୁ ପ୍ରଥମେ ପ୍ରାଧାନ୍ୟ ଦିଆଯାଉ ଏବଂ ପରେ ଶିକ୍ଷକମାନଙ୍କ ପାଇଁ ଡିଜିଟାଲ ଟେକ୍ନୋଲୋଜି ଯେପରି ସହାୟକ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଉ। ଅନ୍‌ଲାଇନ କନେକଶନ ବ୍ୟକ୍ତିଗତ ଭାବେ ଭାବ ବିନିମୟର ବିକଳ୍ପ ନୁହେଁ ବୋଲି ଅଜୌଲେ କହିଛନ୍ତି। ଶିକ୍ଷାର ଗୁଣବତ୍ତା ପାଇଁ ଡିଜିଟାଲ ଟେକ୍ନୋଲୋଜି ଉଦ୍ଦିଷ୍ଟ ବୋଲି ଦର୍ଶାଇବା ଭଳି ଉତ୍କୃଷ୍ଟ ଗବେଷଣା କରାଯାଇ ନ ଥିବା ଉକ୍ତ ରିପୋର୍ଟରେ କୁହାଯାଇଛି। ଘରୋଇ ଶିକ୍ଷା ସଂସ୍ଥାଗୁଡ଼ିକ ଡିଜିଟାଲ ଶିକ୍ଷାର ବ୍ୟବସାୟୀକରଣ ପାଇଁ ଡିଜିଟାଲ ମାଧ୍ୟମର ଯଥାର୍ଥତା ପ୍ରମାଣିତ କରିବା ସକାଶେ ପାଣ୍ଠି ଯୋଗାଇଥାନ୍ତି। ସାରା ବିଶ୍ୱରେ ଶିକ୍ଷାନୀତି ପ୍ରଣୟନ କ୍ଷେତ୍ରରେ ଏଭଳି ସଂସ୍ଥାର ପ୍ରଭାବ ବୃଦ୍ଧି ଚିନ୍ତାର ବିଷୟ ବୋଲି ୟୁନେସ୍କୋ ପକ୍ଷରୁ କୁହାଯାଇଛି। ଡିଜିଟାଲ ଟେକ୍ନୋଲୋଜି ଛାତ୍ରୀଛାତ୍ରଙ୍କର କ୍ଷତି କରିବା ପରିବେର୍ତ୍ତ ସେମାନଙ୍କ ପାଇଁ ଯେପରି ଲାଭଦାୟକ ହେବ ତାହା ସୁନିଶ୍ଚିତ କରିବା ନିମନ୍ତେ ଦେଶଗୁଡ଼ିକର ସ୍ପଷ୍ଟ ଉଦ୍ଦେଶ୍ୟ ଓ ସିଦ୍ଧାନ୍ତ ରହୁ ବୋଲି ଜାତିସଂଘର ଏହି ଏଜେନ୍ସି ଯୁକ୍ତିବାଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ନିବେଶ ପାଇଁ ଆମେରିକୀୟ ସିଇଓଙ୍କୁ ମୋଦିଙ୍କ ଆହ୍ବାନ

ନ୍ୟୁୟର୍କ,୨୩ା୯(ପି.ଟି.):ଆମେରିକାର ବୃହତ୍‌ ପ୍ରଯୁକ୍ତି ସଂସ୍ଥାଗୁଡ଼ିକର ସିଇଓମାନଙ୍କୁ ଭାରତରେ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଛନ୍ତି। ରବିବାର ଆମେରିକାର ବୃହତ୍‌...

ଲେବାନନ୍‌ର ୩୦୦ ସ୍ଥାନରେ ଆକ୍ରମଣ କଲା ଇସ୍ରାଏଲ: ୧୦୦ ମୃତ, ୪୦୦ ଆହତ

ବେରୁଟ୍‌/ଜେରୁଜେଲମ,୨୩।୯: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ହେଜ୍‌ବୋଲ୍ଲା ଉପରେ ଚାପ ପକାଇବାକୁ ଇସ୍ରାଏଲ ଲେବାନନ୍‌ ଉପରେ ୩୦୦ ସ୍ଥାନରେ ରକେଟ୍‌...

ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ

ବେରୁଟ୍‌,୨୩ା୯: ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୁଲ୍ଲା ଏବଂ ଇସ୍ରାଏଲୀ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଇସ୍ରାଏଲ୍‌ର ଉତ୍ତର ଭାଗକୁ ଟାର୍ଗେଟ କରି ହେଜ୍‌ବୁଲ୍ଲା ଶତାଧିକ...

ଜାପାନ-ଆମେରିକା ଉପରେ ଆକ୍ରମଣ କରିବ ଚାଇନା? ଚମକାଇ ଦେଲେ ବିଶେଷଜ୍ଞ

ଟୋକିଓ,୨୩।୯: ତାଇୱାନର ଉତ୍ତେଜନା ଏବଂ ସେନକାକୁ ଦ୍ୱୀପପୁଞ୍ଜକୁ ନେଇ ବିବାଦ ମଧ୍ୟରେ ଚାଇନା-ଜାପାନ ସମ୍ପର୍କ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଶାନ୍ତି...

ରାଷ୍ଟ୍ରପତି ନିର୍ବାଚନ ହାରିଗଲେ କ’ଣ କରିବେ ଟ୍ରମ୍ପ? ଏବେ କଲେ ସ୍ପଷ୍ଟ

ଓ୍ବାଶିଂଟନ,୨୩।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦିନକୁ ଦିନ ଆକର୍ଷଣୀୟ ହେବାରେ ଲାଗିଛି। ନିର୍ବାଚନ ତାରିଖ ନଭେମ୍ବର ୫ ରଖାଯାଇଛି। ରବିବାର ଏକ ଇଭେଣ୍ଟରେ ରିପବ୍ଲିକାନ ପାର୍ଟି...

ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୩।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଅନୁରା କୁମାରା ଦିସାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଭାରତ ସହ କାମ କରିବାକୁ ନିଜର...

କ୍ୱାଡ୍‌ରେ ଚାଇନାକୁ ଟାର୍ଗେଟ

ଓ୍ବିଲ୍‌ମିଙ୍ଗଟନ୍‌,୨୩ା୯: ବିଶ୍ୱର ମଙ୍ଗଳ ପାଇଁ କ୍ୱାଡ୍‌ ଏକ ଶକ୍ତି। ଏହି ମେଣ୍ଟର ବର୍ତ୍ତମାନ ଭଳି ରଣନୀତିକ ଏକତା ପୂର୍ବରୁ କେବେ ଦେଖାଯାଇ ନ ଥିଲା ବୋଲି ଆମେରିକା,...

ମୋଦିଙ୍କୁ ଭୁଲିଗଲେ ବାଇଡେନ୍‌

ଓ୍ବିଲ୍‌ମିଙ୍ଗଟନ୍‌,୨୩।୯ : କ୍ୱାଡ୍‌ ସମ୍ମିଳନୀ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭୁଲାପଣର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଡେଲାଓ୍ବାରେଠାରେ ରବିବାର ସକାଳେ ଏକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri