ଡିସେମ୍ବର ୨୦ରେ ‘ବନବାସ’

ମୁମ୍ବାଇ: ‘ଗଦର: ଏକ୍‌ ପ୍ରେମ କଥା’, ‘ଅପ୍‌ନେ’, ‘ଗଦର ୨’ ଆଦି ହିଟ୍‌ ଚଳଚ୍ଚିତ୍ରଗୁଡ଼ିକର ନିର୍ଦ୍ଦେଶନା ଦେଇଥିବା ଅନିଲ ଶର୍ମା ସୋମବାର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ସମ୍ପର୍କରେ ଘୋଷଣା କରିଛନ୍ତି। ଅନିଲ ଇନ୍‌ଷ୍ଟାଗ୍ରାମରେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ବନବାସ’ର ପ୍ରଥମ ପୋଷ୍ଟରକୁ ରିଲିଜ୍‌ କରିଛନ୍ତି। ସେହିପରି ଏହି ଚଳଚ୍ଚିତ୍ରଟି ଆସନ୍ତା ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ ବୋଲି ଅନିଲ ଏହି ପୋଷ୍ଟରରେ ଦର୍ଶାଇଛନ୍ତି। ତେବେ ଏହି ପୋଷ୍ଟରରେ ବଲିଉଡ୍‌ର ଭେଟେରାନ ଅଭିନେତା ନାନା ପାଟେକର ଓ ଅଭିନେତା ଉତ୍କର୍ଷ ଶର୍ମାଙ୍କୁ ଦେଖିବାକୁ ମିଳିଛି। ଏଥିରେ ନାନାଙ୍କୁ ଏକ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରର ନାମ ‘ବନବାସ’ ହୋଇଥିବା ସତ୍ତ୍ୱେ ପୋଷ୍ଟରରେ ନାନା ମଜାଦାର ଅନ୍ଦାଜରେ ଉତ୍କର୍ଷଙ୍କ ସହ ଠିଆ ହୋଇଥିବାର ନଜରକୁ ଆସିଛନ୍ତି। ପୋଷ୍ଟରରେ ଉତ୍କର୍ଷ ହାତରେ ଏକ ମଦ ବୋତଲ ଧରିଥିବାବେଳେ ନାନା ଗୋଟିଏ ହାତରେ ବ୍ୟାଗ୍‌ ଓ ଅନ୍ୟ ହାତରେ ଏକ ପାତ୍ର ଧରିଥିବା ଦେଖିବାକୁ ମିଳିଛି। ଏହାସହ ଏହି ପୋଷ୍ଟରରେ ଲେଖା ହୋଇଛି, ଅପ୍‌ନେ ହି ଦେତେ ହେଁ ଅପ୍‌ନେ କୋ ବନବାସ।
ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶକ ଅନିଲ ପୁଣିଥରେ ତାଙ୍କ ପୁଅ ଉତ୍କର୍ଷଙ୍କୁ ବଲିଉଡ୍‌ରେ ନିଜର ଦକ୍ଷତା ପ୍ରମାଣିତ କରିବାର ସୁଯୋଗ ଦେଇଛନ୍ତି। ତେବେ ‘ବନବାସ’ ଫିଲ୍ମରେ ‘ଗଦର ୨’ରେ ମୁସ୍କାନ ଚରିତ୍ର କରି ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ସିମରତ କୌରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଅନିଲଙ୍କ ପୋଷ୍ଟରେ ସିମରତ କମେଣ୍ଟ କରି ଲେଖିଛନ୍ତି, ‘ଆପଣଙ୍କ ସ୍ନେହର ମୁସ୍କାନ ଆସୁଛି ଏଥର ଏକ ଭିନ୍ନ ଶୈଳୀରେ। ଡିସେମ୍ବର ୨୦ରେ ଆପଣଙ୍କ ସହ ଦେଖା ହେବ।’ ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ହାସ୍ୟ ଅଭିନେତା ରାଜପାଲ ଯାଦବ ଏବଂ ଅଭିନେତ୍ରୀ ଖୁସ୍‌ବୁ ସୁନ୍ଦର ମଧ୍ୟ ନଜରକୁ ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ଜୋରଦାର ରକେଟ ଆକ୍ରମଣ କଲା ହମାସ, କହିଲା ନରସଂହାରର ଏହା ହେଉଛି ଜବାବ

ଜେରୁଜେଲମ,୭।୪: ଗତ କିଛି ମାସ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ରବିବାର ଗାଜା ଏବଂ ଇସ୍ରାଏଲ ମଧ୍ୟରେ ପରିସ୍ଥିତି ପୁଣି ଥରେ ଖରାପ ହୋଇଛି। ଦକ୍ଷିଣ...

ସାମରିକ ଯୁଦ୍ଧକୁ ନେଇ ପୁଣି ଏକ ବଡ଼ ଭବିଷ୍ୟବାଣୀ କଲେ ବାବା ଭେଙ୍ଗା,ଏଥର ଚମକାଇଦେବ..

ନୂଆଦିଲ୍ଲୀ,୭।୪: ସାରା ବିଶ୍ୱରେ ତାଙ୍କର ରହସ୍ୟମୟ ଭବିଷ୍ୟବାଣୀ ପାଇଁ ପ୍ରସିଦ୍ଧ ବୁଲଗେରିଆନ ଭବିଷ୍ୟଦ୍ବକ୍ତା ବାବା ଭେଙ୍ଗା ମଧ୍ୟ ୨୦୨୫ ବିଷୟରେ ଅନେକ କଥା କହିଛନ୍ତି। ସେ...

Anant Ambani Viral Video: କାହିଁକି ଦୁଇଗୁଣା ମୂଲ୍ୟ ଦେଇ ଶହ ଶହ କୁକୁଡ଼ା କିଣିନେଲେ ଅନନ୍ତ ଅମ୍ବାନୀ? ଜାଣନ୍ତୁ ସମ୍ପୂୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ,୭।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ପ୍ରାୟତଃ ଖବରର ଶିରୋନାମାରେ ରହିଥାନ୍ତି। ପ୍ରାଣୀମାନଙ୍କ ପ୍ରତି ତାଙ୍କର ପ୍ରେମ ସର୍ବସାଧାରଣରେ...

ଅନୁପ ବିଷୋୟୀ ହେଲେ ବ୍ରହ୍ମପୁର ବନସେବା ସର୍କଲ ସଭାପତି

ଭଞ୍ଜନଗର,୭ା୪(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍‌ ବନସେବା ବ୍ରହ୍ମପୁର ସର୍କଲର ୨୦୨୫-୨୬ ପାଇଁ ନୂତନ କର୍ମକର୍ତ୍ତା ନର୍ବାଚନ ରବିବାର ଆର୍‌ସିସିଏଫ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।...

ସମୁଦ୍ରରେ ଖସି ପଡ଼ିଲା ରୋଗୀଙ୍କୁ ନେଇ ଯାଉଥିବା ହେଲିକପ୍ଟର, ୩ ମୃତ

ଟୋକିଓ,୭।୪: ରବିବାର ଜାପାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରୋଗୀଙ୍କୁ ନେଇ ଯାଉଥିବା ଏକ ମେଡିକାଲ ପରିବହନ ହେଲିକପ୍ଟର ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।...

ରୋଗୀ ନେଇ ଯିବାବେଳେ ଆମ୍ବୁଲାନ୍ସରେ ଲାଗିଲା ନିଆଁ

ପିପିଲି,୭ା୪: ରୋଗୀ ନେଇ ଯିବାବେଳେ ବାଟରେ ଏକ ଅଘଟଣ ଘଟିଛି। ଜଣେ ରୋଗୀଙ୍କୁ ପୁରୀ ଜିଲା ଡେଲାଙ୍ଗରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ନିଆଯାଉଥିବାବେଳେ ଆମ୍ବୁଲାନ୍ସରେ ନିଆଁ...

ଟ୍ରମ୍ପଙ୍କୁ ଭେଟିବେ ନେତାନ୍ୟାହୁ, ପ୍ରସ୍ତୁତ ହେବ ଗାଜାର ନୂଆ ଓ୍ବାର ପ୍ଲାନ

ଜେରୁଜେଲମ,୭।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ। ନେତାନ୍ୟାହୁଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଆସିଛି। ନେତାନ୍ୟାହୁଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏକ...

ବିଷ ପିଇ ଜୀବନ ହାରିଲେ ଗୋଟିଏ ପରିବାରର ୩ ଜଣ

ବ୍ରହ୍ମପୁର,୭ା୪: ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ ସହ ବିଷ ପିଇଦେଇଛନ୍ତି ଭଉଣୀଭାଇ। ଫଳରେ ଏହି ୩ ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image