ଲାଭଦାୟକ କଦଳୀ ଭଣ୍ଡା

କଦଳୀ କଞ୍ଚା ହେଉ ଅବା ପାଚିଲା ଏହା ଅଧିକାଂଶ ଲୋକଙ୍କର ଏକ ପ୍ରିୟ ଫଳ । ଛୋଟଠାରୁ ବଡ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରି ଥାଆନ୍ତି । କେବଳ ଭାରତ ନୁହେଁ କୁହାଯାଏ ପ୍ରଥମେ ମାଲେସିୟାରେ କଦଳୀ ଦେଖିବାକୁ ମିଳିଥିଲା । ତେବେ ଭାରତରେ ଭଗବାନ ବିଷ୍ଣୁଙ୍କୁ କୁଆଡେ କଦଳୀ ବହୁତ ପସନ୍ଦ ବୋଲି କୁହାଯାଇଥାଏ । ସେଥିପାଇଁ ଅଧିକାଂଶ ଅଞ୍ଚଳରେ କଦଳୀ ଗଛକୁ ପୂଜା କରାଯାଉଥିବା ଦେଖାଯାଏ । କଦଳୀ ଖାଇଲେ ଶରୀରର ଓଜନ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ । ଏହା ଠିକ୍ ହେଲେ କଳଦୀର ଫୁଲ ବା ଭଣ୍ଡା ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପକାରୀ । ଏଥିରେ ଗ୍ଲାଇସୋମିକ ଇଣ୍ଡେକ୍ସ କମ୍ ରହିଥାଏ । ଗ୍ଲାଇସୋମିକ୍ ଇଣ୍ଡେକ୍ସ ସେହି ପ୍ରକ୍ରିୟା ଯାହାଦ୍ୱାରା ଜଣାପଡେ କାବ୍ରୋହାଇଡ୍ରେଟସ୍‌ରୁ କେତେ ସମୟ ମଧ୍ୟରେ ଗ୍ଲୁକୋଜ ତିଆରି ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଖୁବ୍ କମ୍ ଗ୍ଲୁକୋଜ ତିଆରି ହୋଇଥାଏ । କଦଳୀ ଫୁଲରେ ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯାହା ଡାଇବେଟିସକୁ ନିୟନ୍ତ୍ରଣରେ ରଖିଥାଏ । ତେଣୁ ଡାଇବେଟିସ୍ ରୋଗୀ କଦଳୀର ଭଣ୍ଡା ବା ଫୁଲ ଖାଇବା ଭଲ ।