ବିଶ୍ୱରେ ଏମିତି ଏକ ଦ୍ୱୀପ ରହିଛି, ଯାହା ଦେଖିବାକୁ କଦଳୀ ପରି। ଏମିତି ଆକୃତିର ଦ୍ୱୀପ ନାଇଜେରିଆର ଲାଗୋସରେ ରହିଛି। ଏହି ଦ୍ୱୀପର ନାଁ ‘ବାନାନା ଆଇସ୍ଲାଣ୍ଡ୍’। ନାଁ ଶୁଣି ଆପଣ ଭାବିବେନି ଯେ, ଏଠାରେ କଦଳୀ ବୋଧେ ବହୁତ ଚାଷ ହେଉଥିବ କିମ୍ବା ଶସ୍ତାରେ ମିଳୁଥିବ। ତା’ ନୁହେଁ, ଏଠାରେ ପ୍ୟାରିସ, ସାନ ଡିଏଗୋ, ନ୍ୟୁୟର୍କ, ଟୋକିଓ କିମ୍ବା ଦିଲ୍ଲୀର ପୃଥ୍ବୀରାଜ ରୋଡ୍ ଏବଂ ଜୋରବାଗ ଅଞ୍ଚଳ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନାଇଜେରିଆର କୋଟିପତିମାନେ ଏକ କୃତ୍ରିମ ଦ୍ୱୀପ ନିର୍ମାଣ କରିଛନ୍ତି। ଯେଉଁଠାରେ ଚାରିଆଡ଼େ ଚମକ ଦେଖାଯାଏ। ଏହାର କାରଣ ଏହି ଦ୍ୱୀପରେ କେବଳ କୋଟିପତିମାନେ ବାସ କରନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଏହି ଦ୍ୱୀପ ୨୦୦୦ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। ୪୦୨ ଏକର ପର୍ଯ୍ୟନ୍ତ ଏହା ବ୍ୟାପିଛି । ଏଠାରେ ୧ ବର୍ଗ ମିଟରର ମୂଲ୍ୟ ୮୪୦୦୦ ଟଙ୍କା। ମାଣ୍ଡିଙ୍ଗଓ୍ବା ରିଏଲ ଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକ ରୋବର୍ଟା ନୋବୁଙ୍କ ଅନୁଯାୟୀ, ଏଠାରେ ଅଲଗା ଘରଗୁଡ଼ିକର ମୂଲ୍ୟ ୨୧ କୋଟି ଟଙ୍କା ରହିଛି। ସେ କହିଛନ୍ତି, ଏଠାରେ ଘରଗୁଡ଼ିକ ସବୁଠାରୁ ମହଙ୍ଗା। ୬ଟି ବେଡ୍ ରୁମ୍। ଯାହା ୨୬୦୦ ବର୍ଗ ମିଟର। ଏହାର ମୂଲ୍ୟ ୧୦୦ କୋଟି ଟଙ୍କା ରହିଛି।
ରୋବର୍ଟା କହିଛନ୍ତି, ବାନାନା ଦ୍ୱୀପକୁ ସବୁଠାରୁ ସ୍ବତନ୍ତ୍ର କରୁଥିବା ବିଷୟ ହେଉଛି ଏହାର ଏକାକୀତା। ଧନୀ ଲୋକମାନେ ନାଇଜେରିଆର ଜନଗହଳି ପୂର୍ଣ୍ଣ ସହର ଲାଗୋସରୁ ନିଜକୁ ଦୂରେଇ ଯାଇଥିବାର ଅନୁଭବ କରନ୍ତି। ଦ୍ୱୀପରେ ସୁରକ୍ଷା ଏବଂ ଗୋପନୀୟତା ଅଛି। ନିମନ୍ତ୍ରଣ ଆଧାରରେ ଜଣେ ଏହି ଦ୍ୱୀପକୁ ପ୍ରବେଶ କରିପାରିବ, ଏହି କାରଣରୁ ଏଠାରେ ଟ୍ରାଫିକ ବହୁତ କମ୍ ଅଟେ। ଦ୍ୱୀପରେ ଥିବା ଦୋକାନ ଏବଂ ଶୋ’ରୁମଗୁଡ଼ିକ ମଧ୍ୟ ବହୁତ ମହଙ୍ଗା, ଯାହା କେବଳ କୋଟିପତିମାନେ ଦେଇପାରିବେ।