କଦଳୀ, ମକା, ଡାଳିମ୍ବ ଆଉ ବାଉଁଶରୁ ପ୍ରସ୍ତୁତ ହେଉଛି ଡ୍ରେସ୍‌, ଜାଣନ୍ତୁ କିପରି

ଗାନ୍ଧିନଗର,୬ା୧୨: କଦଳୀ, ମକା, ଡାଳିମ୍ବ ଏବଂ ବାଉଁଶରୁ ଡ୍ରେସ୍‌ ପ୍ରସ୍ତୁତ ହେବାର କେବେ ଶୁଣିଛନ୍ତି? ଗୁଜରାଟର ସୁରଟରେ ୩ ଦିବସୀୟ ଆୟୋଜିତ ଏକ ବାଣିଜ୍ୟ ମେଳାରେ କଦଳୀ, ମକା, ଡାଳିମ୍ବ ଏବଂ ବାଉଁଶରୁ ଡ୍ରେସ୍‌ ତିଆରି କରାଯାଇଥିବା ପ୍ରଦର୍ଶିତ ହୋଇଛି।

ସୁରଟର ଚ୍ୟାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ଏବଂ ସଦର୍ନ ଗୁଜରାଟ ଚ୍ୟାମ୍ବର ଅଫ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ ଡେଭ୍‌ଲପ୍‌ମେଣ୍ଟ ସେଣ୍ଟରର ମିଳିତ ଉଦ୍ୟମରେ ତିନିଦିନ ବ୍ୟାପୀ ୟାର୍ନ ଏକ୍ସପୋ-୨୦୨୧ ଆରମ୍ଭ ହୋଇଛି। ଭାରତ ସରକାର ବୟନ ଏବଂ ରେଳ ମନ୍ତ୍ରୀ ଦର୍ଶନ ଜାରଦୋଶ ଏହି ମେଳାର ଶୁଭାରମ୍ଭ କରିଥିଲେ। ଏହି ପ୍ରଦର୍ଶନୀରେ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରଦର୍ଶିତ କରାଯାଇଛି। ଯେଉଁଥିରେ କଦଳୀ, ମକା, ଡାଳିମ୍ବ ଏବଂ ବାଉଁଶରୁ ପ୍ରସ୍ତୁତ ଫାଇବର ସୂତା ଏବଂ ଏଥରୁ ତିଆରି କପଡ଼ା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଉଦ୍ୟୋଗପତି ସୁମିତ ଅଗ୍ରଓ୍ବାଲ କହିଛନ୍ତି, କୃଷକମାନେ ଅଦରକାରୀ ଜିନିଷକୁ ଜଳାଇ ଦେଇଥାନ୍ତି। ଯେଉଁଥିରୁ ପ୍ରଦୂଷଣ ସୃଷ୍ଟି ହୋଇଥାଏ। ମାତ୍ର ଏବେ ଏହି ଅଦରକାରୀ ଜିନିଷରୁ ଡ୍ରେସ୍‌ ତିଆରି କରାଯାଉଛି। ଯାହା କୃଷକମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ। ଆସନ୍ତା ମାସରୁ ସପୁରୀରୁ ବି ଡ୍ରେସ୍‌ ତିଆରି ହେବ ବୋଲି ସୁମିତ କହିଛନ୍ତି।

Share