‘ବଞ୍ଚିଛନ୍ତି ପୁନମ…କଲେ ପବ୍ଲିସିଟି ଷ୍ଟଣ୍ଟ’, କଜିନଙ୍କ ସହ କଥା ହୋଇ ଟୁଇଟ କଲେ ଫିଲ୍ମ କ୍ରିଟିକ, ଦର୍ଶକେ ମାଗିଲେ ପ୍ରମାଣ

ମୁମ୍ବାଇ,୩।୨: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ପାଇ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକମାନେ ଦୁଃଖିତ। ଗର୍ଭାଶୟ କର୍କଟ କାରଣରୁ ପୁନମ ୩୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଖବର ଆସିଛି। ତାଙ୍କ ମ୍ୟାନେଜର ନିଶ୍ଚିତ କରିଛନ୍ତି କିନ୍ତୁ ଫ୍ୟାଶନ ଏବଂ ଫିଲ୍ମ କ୍ରିଟିକ ଉମେର ସନ୍ଧୁ ତାଙ୍କ ଟୁଇଟ ମାଧ୍ୟମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଉମେର କହିଛନ୍ତି ଯେ ପୁନମ ଜୀବନ୍ତ ଏବଂ ସେ ତାଙ୍କ ମୃତ୍ୟୁ ଖବରକୁ ଉପଭୋଗ କରୁଛନ୍ତି। ଉମେର ତାଙ୍କ ଟୁଇଟରେ ଦାବି କରିଛନ୍ତି ଯେ ସେ ପୁନମଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଛନ୍ତି ଏବଂ ଏହା ମଡେଲଙ୍କ ଏକ ପ୍ରଚାର ପ୍ରସାର।

ଉମେର ସନ୍ଧୁ ତାଙ୍କ ଟୁଇଟରେ ଲେଖିଛନ୍ତି, ଏବେ ମୁଁ ପୁନମ ପାଣ୍ଡେଙ୍କ କଜିନଙ୍କ ସହ କଥା ହୋଇଥିଲି। ସେ ଜୀବିତ ଏବଂ ତାଙ୍କ ମୃତ୍ୟୁ ଖବରକୁ ଉପଭୋଗ କରୁଛନ୍ତି। ପୁନମ ଏକ ପ୍ରଚାର ପ୍ରସାର କରିଛନ୍ତି। ସନ୍ଧୁଙ୍କ ଏହି ଟୁଇଟ ଉପରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୋକମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଲୋକମାନେ ମନ୍ତବ୍ୟ ଦେଉଛନ୍ତି ଏବଂ ପଚାରୁଛନ୍ତି ଏହା ସତ କି ବୋଲି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ଏହା ଅତ୍ୟନ୍ତ ଘଟିଆ ଷ୍ଟଣ୍ଟ।
ଅନ୍ୟପଟେ ଜଣେ ୟୁଜର ଉମେରଙ୍କୁ ପଚାରିଥିଲେ ଯେ ସେ ନିଶ୍ଚିତ ହୋଇଛନ୍ତି କି। ୟୁଜର ଲେଖିଛନ୍ତି, ଆପଣ ନିଶ୍ଚିତ କି। ଆମକୁ ପ୍ରମାଣ ଦରକାର। ଅନ୍ୟ ଜଣେ ଲେଖିଛନ୍ତି, ଏଥିରୁ ସେମାନେ କ’ଣ ଲାଭ କରିବେ। ଯଦି ସେ ମରି ନାହାଁନ୍ତି ତେବେ ତାଙ୍କୁ ଗିରଫ କରାଯିବା ଉଚିତ। ଲୋକମାନେ ତଥାପି ଦ୍ୱନ୍ଦ୍ୱରେ ଅଛନ୍ତି। ପୁନମ ପାଣ୍ଡେଙ୍କ ସହ ଜଡିତ କୌଣସି ଅପଡେଟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଯେମିତିକି, ତାଙ୍କର ଅନ୍ତିମ ସଂସ୍କାର କେବେ ଏବଂ କେଉଁଠାରେ ହେବ। ସୂଚନାଯୋଗ୍ୟ, ଫେବୃଆରୀ ୨ ସକାଳେ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ପୋଷ୍ଟ ମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ପୋଷ୍ଟରେ ଲେଖାଥିଲା, ଆଜି ସକାଳ ଆମ ପାଇଁ କଷ୍ଟସାଧ୍ୟ। ଆପଣଙ୍କୁ ଜଣାଇବା ପାଇଁ ଆମେ ଅତ୍ୟନ୍ତ ଦୁଃଖିତ ଯେ ଗର୍ଭାଶୟ କର୍କଟ ହେତୁ ଆମେ ଆମର ପ୍ରିୟ ପୁନମଙ୍କୁ ହରାଇଛୁ । ଯିଏ ତାଙ୍କ ସହିତ ଯୋଗାଯୋଗ କଲା ପ୍ରେମ ଏବଂ ସୁଖ ପାଇଲା । ଏହି ଦୁଃଖ ସମୟରେ ଆମେ ଗୋପନୀୟତା ପାଇଁ ଅନୁରୋଧ କରୁଛୁ।

Share