କୁଚିଣ୍ଡା,୩୦୩(ଡି.ଏନ୍.ଏ.): ସ୍ତ୍ରୀଙ୍କୁ ଜୀବନ୍ତ ଜାଳିଦେଲେ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲା ମହୁଲପାଲି ଥାନା ଫଠାଟାଙ୍ଗର ଗ୍ରାମରେ। ସ୍ବାମୀ ରଘୁରାଜ ରଣା ସ୍ତ୍ରୀ ଲିଲିମାଙ୍କର କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ରାଗିଯାଇ ରଘୁରାଜ ଏଭଳି ଭୟଙ୍କର କାଣ୍ଡ ଭିଆଇଥିଲେ।
ସୂଚନାଯୋଗ୍ୟ, ଲିଲିମା ମଙ୍ଗଳବାର ମହୁଲଫୁଲ ଗୋଟାଇ ଘରକୁ ଫେରିବା ପରେ ରଘୁରାଜ ମଦପିଇ ତାଙ୍କ ସହ ଗଣ୍ଡଗୋଳ କରିଥିଲା। ରାଗିକରି ଲିଲିମା ଗାଁରେ ଥିବା ବାପା ଘରକୁ ପଳାଇଥିଲେ। ପରେ ବାପା ଲିଲିମାକୁ ବୁଝାଇ ସ୍ବମୀ ଘରେ ରାତିରେ ଛାଡ଼ିଯାଇଥିଲେ। ମଦ ନିଶାରେ ରଘୁରାଜ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।