ସେଉଲ୍: ବିଶ୍ୱର ଖ୍ୟାତନାମା ସାଉଥ୍ କୋରିଆ ମ୍ୟୁଜିକ୍ ବ୍ୟାଣ୍ଡ ବିଟିଏସ୍ର ସଦସ୍ୟ ସେନାରେ ଯୋଗେ ହେବେ। ସାଉଥ୍ କୋରିଆର ଲୋକପ୍ରିୟ ମ୍ୟୁଜିକ୍ କମ୍ପାନୀ ବିଗ୍ ହିଟ୍ ମ୍ୟୁଜିକ୍ ଏହାର ସୂଚନା ଦେଇଛି। ବିଗ୍ ହିଟ୍ର ସୂଚନାନୁସାରେ ବିଟିଏସ୍ର ଜିଲ୍ ପ୍ରଥମେ ସାଉଥ୍ କୋରିଆ ମିଲିଟାରିରେ ଯୋଗ ଦେବେ। ଏହା ଦ୍ୱାରା ବିଟିଏସ୍ ଗ୍ରୁପ୍ର ମେମ୍ବରମାନେ ଏକାଠି ଆଉ କାମ କରିପାରିବେ ନାହିଁ। ସେନାରେ ଯୋଗ ଦେବା ନେଇ ସେମାନଙ୍କୁ ଏକ ଚୁକ୍ତି ସ୍ବାକ୍ଷର କରିବାକୁ ପଡ଼ିବ। ଏହି ରାଜିନାମା ଅନୁସାରେ ୨୦୨୫ ବେଳକୁ ବିଟିଏସ୍ର ସମସ୍ତ ସଦସ୍ୟ ଏକାଠି ମ୍ୟୁଜିକ୍ ବ୍ୟାଣ୍ଡରେ କାମ କରିପାରିବେ।
ବିଟିଏସ୍ର ଜିନ୍ ପ୍ରଥମ କରି ମିଲିଟାରିରେ ସାମିଲ୍ ହେବାକୁ ଯାଉଥିବାରୁ ମ୍ୟୁଜିକ୍ ବ୍ୟାଣ୍ଡର ସମସ୍ତ କନ୍ସର୍ଟ ସାରିବା ସହ ତାଙ୍କର ଏକ ସୋଲୋ ଗୀତର କାମ ଅକ୍ଟୋବର ୩୦ ସୁଦ୍ଧା ସାରି ସେନାରେ ଯୋଗ ଦେବା ଲାଗି ଜିଲ୍ ଯୋଜନା ରଖିଥିବା କୁହାଯାଉଛି। ବ୍ୟାଣ୍ଡର ଅନ୍ୟ ସଦସ୍ୟମାନେ ମଧ୍ୟ ବ୍ୟକ୍ତିଗତ କାମ ସବୁ ସାରି ମିଲିଟାରିରେ ସାମିଲ ହେବା ଲାଗି ପ୍ରସ୍ତୁତ ହେଉଥିବା କୁହାଯାଉଛି। ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାରଙ୍କୁ ସହଯୋଗ କରିବା ଲାଗି ବିଟିଏସ୍ ବ୍ୟାଣ୍ଡ୍ ପକ୍ଷରୁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷେ ସାଉଥ୍ କୋରିଆର ନିୟମ ଅନୁସାରେ ପ୍ରତ୍ୟେକ ସୁସ୍ଥ ପୁରୁଷ ସହଯୋଗ ପାଇଁ ସେନାରେ ସାମିଲ ହୋଇପାରିବେ। ପୂର୍ବରୁ ଅନେକ ଆଥଲେଟ୍ ଏବଂ ଗୀତିକାର ମିଲିଟାରିରେ ଯୋଗ ଦେଇଥିବାବେଳେ କୌଣସି ମ୍ୟୁଜିକ୍ ବ୍ୟାଣ୍ଡ ବର୍ତ୍ତମାନ ସୁଦ୍ଧା ସେନାରେ ଯୋଗ ଦେଇ ନ ଥିବା କୁହାଯାଉଛି।