ଚମ୍ପୁଆ,୨୯ା୧୦(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମରେ କୁଡୁମୀ ମହାନ୍ତ ସମ୍ପ୍ରଦାୟର ମୁଖ୍ୟ ପର୍ବ ବାନ୍ଦନା ପରବ ପାଳିତ ହୋଇଯାଇଛି। ୩ ଦିନ ଧରି ଅନୁଷ୍ଠିତ ଉକ୍ତ ପର୍ବର ପ୍ରଥମ ଦିନରେ ଗୋଠାଣି ପୂଜା, ବଳଦମାନଙ୍କୁ ନେଇ ଅଣ୍ଡା ମଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଦିନରେ ଗୋବର୍ଦ୍ଧନ ପୂଜା ଓ ଶେଷରେ ବୁଡ଼ି ବନ୍ଦାଣରେ ବଳଦମାନଙ୍କୁ ଗାଁ ଦାଣ୍ଡରେ ବନ୍ଧାପନା କରାଯାଇ ପାରମ୍ପାରିକ ନୃତ୍ୟ ସଙ୍ଗୀତରେ ନାଚିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ମଞ୍ଚରେ ଝୁମର ନୃତ୍ୟରେ ନାଚି ଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା କୁଡୁମୀ ସେନା ସଭାପତି ଦିବ୍ୟସିଂହ ମହାନ୍ତ, ରଜିଆ ପଞ୍ଚାୟତର ସରପଞ୍ଚ ସନ୍ତୋଷ ନାୟକ, ବଡ଼ବିଲ କାଉନ୍ସିଲର ଲଛମନ୍ ମହାନ୍ତ, ରଜିଆ ସମିତି ସଭ୍ୟ ପରମେଶ୍ୱର ନାୟକ, କୁଡୁମୀ ସେନା ରାଜ୍ୟ ଉପସଭାପତି ସୁଭେନ୍ଦୁ ମହାନ୍ତ, କୁଡୁମୀ ସେନା ଜିଲା ଉପନେତ୍ରୀ ମଧୁସ୍ମିତା ମହାନ୍ତ, ଚମ୍ପୁଆ ବ୍ଲକ୍ କୁଡୁମୀ ସେନା ସଭାପତି ଶୁଭାଶିଷ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ କ୍ଲବ୍ ସଭାପତି ଯଦୁମଣୀ ମହାନ୍ତ, ରବିନ ମହାନ୍ତ ପରିଚାଳନା କରିଥିଲେ। ମନୋହରପୁର ଝାରଖଣ୍ଡର ରଣଜିତ ମହାନ୍ତଙ୍କ ଝୁମର ଦଳ ଝୁମର ନୃତ୍ୟ ଗୀତ ପରିବେଷଣ କରିଥିଲେ।